ଶୀତ ରାତି
ଶୀତ ରାତି


ଶୀତ ରାତି ବଢ଼ି ବଢ଼ି ଗଲେ
କୁଆଁରୀ ସେ ଜହ୍ନର ଜୋଚ୍ଛନା
ହାଡ଼ଭଙ୍ଗା କାକର ସାଙ୍ଗରେ
ଦଲକାଏ ସ୍ଵପ୍ନ ଵୁଣିଥାଏ ।।
ଆଉ ସରାଗରେ ରାତିର ମାଳତୀ
ମହ ମହ ଵାସି ପ୍ରଘଟ କରିଦିଏ
ସେ ଚୋରା ପିରତିର ପ୍ରୟାସକୁ
ନିସ୍ତବ୍ଧରେ ଶୀତ ରାତିରେ
ତାରା ମାନେ ଟୁପୁର୍ ଟାପୁର୍ ହୁଅନ୍ତି
କାଳେ ଶିଶିରର ଟୋପା ପ୍ରେମ ପୁଲକରେ
ଵହିଯିବ ଜହ୍ନରୁ ସେ ଷୋରିଷ କ୍ଷେତକୁ ।।
ସକାଳର କଅଁଳ ଖରାରେ
ରଙ୍ଗିନ ଲୋଭି ପ୍ରଜାପତି
ଶୀତକୁ ଖାତିର ନକରି
ଫୁଲରୁ ଫୁଲକୁ ଉଡ଼ି ବାଣ୍ଟିଚାଲେ
ତା ପ୍ରେମ ପସରା କୁ ।।
ବେହିଆ ସେ ଭଅଁର
ଅଭିମାନରେ ଅମ୍ବରି ଫୁଲକୁ
ତିରସ୍କାର କରି କାଠ ଫମ୍ପାରେ
ଲୁଚିଯାଇ ଭଣ ଭଣ ଗୀତ ଗାଏ
ନିଜ ଇଲାକାରେ ।।
ରାତି ସରିଗଲେ ଗଙ୍ଗଶିଉଳି ଫୁଟି
ଅମାନିଆ ହୋଇ ଝରିଯାଏ
ମୋ ଅଗଣାରେ
ମୁଁ ବିଭୋର କବୀ
ଶବ୍ଦ ଗୁନ୍ଥିବାରେ ମଗ୍ନ ହୁଏ
ଶୀତ ଯେଵେ
ମୋ ଦେହକୁ ଦଲକାଇ ଦିଏ ।।