STORYMIRROR

Anjana Naik,Anju..Deogarh

Classics Fantasy Inspirational

4  

Anjana Naik,Anju..Deogarh

Classics Fantasy Inspirational

ମୋତେ ଅନୁମତି ଦିଅ

ମୋତେ ଅନୁମତି ଦିଅ

1 min
37


ମୁଁ ତ ସ୍ବାଧୀନ ଭାରତର ଝିଅଗୋ

ମୋତେ ପାଠ ପଢିବାକୁ

ନିଜ କାମ କରିବାକୁ

ଅନୁମତି ଦେଇ ଦିଅ  ‌।।


ମାଆ ବାପାଙ୍କର ସ୍ବପ୍ନ ପୂରଣ କରିବି

ନିଜ ଗାଆଁ ମାଟିର ଯେ

ନାଆଁ ମୁଁ ରଖିବି

ମୋତେ ପଞ୍ଜୁରୀରୁ ଛାଡି ଦିଅ 

ମୁଁ ସ୍ବାଧୀନ ଭାରତର ଝିଅ ।।


ଏଇ ସ୍ବାଧୀନ ଭାରତର ମୁଁ ନାଗରିକ

ଭୋଟ ଦେବା ଅଧିକାର 

ଆଇନ ସମ୍ମତ 

ମୋତେ ଭୋଟ କେନ୍ଦ୍ରକୁ 

ଯିବାକୁ ଦିଅ

ମୁଁ ସ୍ବାଧୀନ ଭାରତର ଝିଅ ।।


ପାଠ ପଢ଼ି ଶିକ୍ଷିତ ମୁଁ ହେବି ଯେଵେ ଭାଇ

ଚାକିରି କରିବି ନିଜ 

ପରିଚୟ ନେଇ

ମୋତେ ଆଗକୁ ,ମୋତେ ଆଗକୁ

ଵଢିବାକୁ ଦିଅ

ମୁଁ ସ୍ବାଧୀନ ଭାରତର ଝିଅ ।।


ଶିକ୍ଷକ ହୋଇ ମୁଁ କେବେ ପାଠ ପଢ଼େଇବି

ବୈଜ୍ଞାନିକ ହୋଇ 

ନୂଆଁ ଯନ୍ତ୍ର ଵନେଇଵି

ଡାକ୍ତର ହୋଇ ମୁଁ

ଲୋକଙ୍କ ସେବା କରିବି

ମୋତେ ଆଶିର୍ବାଦ କରୁଥାଅ

ମୁଁ ସ୍ବାଧୀନ ଭାରତର ଝିଅ ।।


ଚାଷ କାମ କରିବି ମୁଁ ଉନ୍ନତ ମାନର

ଜୈବ ରସାୟନ ଖତ କରିବି ପ୍ରୟୋଗ

ନାନା ଜାତି ଫସଲରେ

ହସିବ ମୋ ବିଲ

ପ୍ରଜାପତି ଉଡୁଥିବେ

ଏ ଫୁଲରୁ ସେ ଫୁଲ

ମୋତେ ଏତିକି ସାହସ ଦିଅ 

ମୁଁ ସ୍ବାଧୀନ ଭାରତର ଝିଅ ।।


ଵ୍ୟୋମଜାନ ପୃଷ୍ଠେ ବସି ଆକାଶେ ଉଡ଼ିବି  

ସୈନିକ ହୋଇ ମୁଁ

ଦେଶ ସେଵା ଯେ କରିବି

ସରକାର ଗଢ଼ି ଦେଶ ଶାସନ କରିବି

ନିଜ ବୁଦ୍ଧି ବଳେ ସତ କର୍ମ କରିଯିବି

ମୋତେ ସତ୍ୟ ପଥେ ଘେନି ଯାଅ

ମୁଁ ସ୍ବାଧୀନ ଭାରତର ଝିଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics