କବି
କବି
କବି ଅନନ୍ୟ ,କବି ଅପ୍ରମିତ,
କଵି ସାଧକ
କବି ଆଳାପ ପ୍ରୀୟ, କବି ଆବିଷ୍କର୍ତ୍ତା
କଵି ପ୍ରେମିକ
ଭାବନା ତାଙ୍କର ଅନୁମିତ,ଅନୁମେୟ,
କଵି ଭାବ ପ୍ରବର ।
କବିତାରେ କବି ବିରାଡ଼ିକୁ
ବାଘ ସଙ୍ଗେ ତୁଳନା କରନ୍ତି
କାନ୍ଦୁଥିବା ପିଲାର ଓଠରେ
ସ୍ମିତ ହାସ୍ୟର ସନ୍ଧାନ କରନ୍ତି
କେଵେ ପଥର ପାହାଡ଼ ବୁକୁରେ
ଫୁଲ ବଗିଚାର କଳ୍ପନା କରନ୍ତି
କେଵେ ଗ୍ରୀଷ୍ମର ନିଦାଘ ଝାଞ୍ଜିରେ
ଶ୍ରାବଣର ଧାରାକୁ ଖୋଜନ୍ତି ।।
ପୁଣି,
ଅନ୍ଧାର ରାତିରେ ଖଦ୍ୟୋତକୁ ଦେଖି
ଅମାବାସ୍ୟାକୁ ଭୁଲି ଯାଆନ୍ତି
ନିଜ ପ୍ରିୟାର ମୁହଁକୁ ତୁଳନା କରି
ପୂର୍ଣ୍ଣିମାର ଜହ୍ନ କୁହନ୍ତି ।।
ଅଲରା ମୁକୁଳା କେଶ ଯୁକ୍ତ ଯୁବତୀ କୁ ଦେଖି
ମୋନାଲିସା ର ଛଵି ଆଙ୍କନ୍ତି
କବି କଲମରୁ ଝରୁଥିବା ପ୍ରତ୍ୟେକ ଅକ୍ଷରକୁ
ପ୍ରେମର ପରିଭାଷା ବୋଲନ୍ତି ।।