STORYMIRROR

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ମନର ଅକୁହା କଥା

ମନର ଅକୁହା କଥା

1 min
10


ବିତିଯାଏ ଦିନ ମାସ ଓ ବରଷ 

ବୟସ ଆସଇ ଢଳି

ପରୀ ରାଇଜର ଆଈମା କାହାଣୀ

ହୁଏ ନାହିଁ ଶୁଣି ପଢି ।

ସନ୍ଧ୍ୟା ଉପଗତେ ତମସା ରଜନୀ

ଡାକୁ ଅଛି ହାତ ଠାରି

ନିରେଖିବା ଆସ ଆତ୍ମାକୁ ନିଖାରି

ଅନ୍ତରେ ଦୀପାଳୀ ଜାଳି ।

ବିଗତ ଦିନର ସବୁ ଦୁଃଖକଷ୍ଟ 

ଛୋଟମୋଟ କଥା ଭୁଲି

ସମ୍ପର୍କକୁ ଆସ କରିବା ନିବିଡ

ମନପ୍ରାଣ ଏକ କରି ।

ପଛରେ ନସହି ଦେଉଥାଉ ଯିଏ 

ଗାଳି ନିନ୍ଦା ଅପମାନ

ନିଜେ ଠିକ ରହି ପରର କଥାକୁ

ଦେବାନାହିଁ ତିଳେ ଧ୍ଯାନ ।

ସଂସାର ପଥରେ ଆସିଛନ୍ତି ସହି

କେତେ କଷ୍ଟ ବାଧାବିଘ୍ନ 

ଅନୁଭବି ଅଛ ସହଚରୀ ତୁମେ

ଦେବି କିବା ପ୍ରବୋଧନ ।

ହେଉ ଅନୁକୂଳ ଅବା ପ୍ରତିକୂଳ

ପଥ କଣ୍ଟକ ଆକୀର୍ଣ

ନକରି ଭ୍ରୁକ୍ଷେପ ଥଟ୍ଟା ପରିହାସେ

କାଟିଦେବା ବାକି ଦିନ ।

ଜଳାଇ ରଖିବା ହୃଦୟେ ଆଶାର

ଅମ୍ଳାନ କିରଣ ଜ୍ଯୋତି

ଚଲାପଥେ ସଦା ଚାଲୁଥିବା ଯତ୍ନେ

ବୃକ୍ଷ ଫଳଛାୟା ରୋପି ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance