ଅବୁଝା ପ୍ରେମ
ଅବୁଝା ପ୍ରେମ
ତାକୁ ଆପଣେଇ ନେଲା ଦିନୁ
ତା' ଓଦା ଆଖି ଦୁଇ
ସମୁଦ୍ର ପରି ଅନୁଭବ ହୁଏ
ସେଥିପାଇଁ ତ ନଈଟିଏ ହେଇ
ତା' ସହ ମିଶିବାକୁ ଚାହେଁ ।
ତା' ସବୁ ଇଚ୍ଛାକୁ
ଛାତିରେ ଲଗେଇବାର ସ୍ବପ୍ନ ଦେଖେ
ହେଲେ ସିଏ ଅବୁଝା ଝରଣା ପାଲଟି ଯାଏ
କେବେ ଝରି ଭିଜାଏ ସାରା ଦେହ
କେବେ ଅଜାଡି ଦିଏ ଅସରାଏ କୋହ ।
ଅସୁମାରୀ ଲତା ପରି
କେବେ ଗୁଡେଇ ହୁଏ
ପ୍ରେମ ନିଏ, ପ୍ରେମ ଦିଏ
ପ୍ରୀତି ରସେ ଗାଧୋଇ ଦିଏ
କେବେ ରାଗିଯାଇ ବଦଳି ଯାଏ
ଅବୁଝା ହୁଏ, ବୁଝିବାର ସୀମା ଲଙ୍ଘିଯାଏ
କେବେ ମଲ୍ଲୀଫୁଲ ପରି ମନରେ ମହକ ଭରେ ।।