Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ଝରା ଶେଫାଳୀର ମନ

ଝରା ଶେଫାଳୀର ମନ

1 min
369



ନୀଳ ନିଶିଥର କାକର ବିନ୍ଦୁ ମୁଁ

ପୀରତିର ସମ୍ମୋହନ

ତାମସୀ ରାତିର ନିଷିଦ୍ଧ ସପନ

ଝରା ଶେଫାଳୀର ମନ I

ଗାଇଥିଲି ଦିନେ ପ୍ରଣୟ ଗୀତିକା

ତୁମପାଇଁ ପ୍ରିୟସଖୀ

ଆନମନା ହୋଇ ଘୁରି ବୁଲୁଥିଲି

ସପନ କଜଳମାଖି I

ତୁମରି ଆଖିର ଆଇନାରେ ଦିନେ

ହଜି ଯାଇଥିଲା ମନ

ସେଥିପାଇଁ ସଖୀ ପାଗଳ ହେଲି ମୁଁ

ଦିନରେ ଦେଖିଲି ଜହ୍ନ I

ସ୍ମୃତି ପରଦାରେ ଝଲସୁଛି ଆଜି

ତୁମରି ମୋହିନା ରୂପ

ତୁମପାଇଁ ସଖୀ ଆଙ୍କୁଛି ମୁଁ ଛବି

ପ୍ରଣୟର ରୂପକଳ୍ପ I

         


Rate this content
Log in