STORYMIRROR

Bijay Prusty

Romance

4  

Bijay Prusty

Romance

ମଧୁମତୀ

ମଧୁମତୀ

1 min
331


ତୁମେ ହିଁ ଶ୍ରାବଣ ତୁମେ ହିଁ ଫଗୁଣ

ପଉଷ କଅଁଳ ଖରା

ତୁମେ ପୀରତିର ଅମୃତ କଳସ

ଆନୁରକ୍ତା ପ୍ରୀତିଧାରା I

ତୁମ ଆଖିତଳେ ଦେଖିଛି କେତେ ମୁଁ

ଜୀବନର ପ୍ରତିରୂପ

କବରୀ ତୁମର ଘନ ଅନ୍ଧକାରେ

ପ୍ରଣୟର ରୂପକଳ୍ପ I

ତୁମରି ଆଖିରେ ଚନ୍ଦ୍ର ସୂର୍ଯ୍ୟ ନିତି

ହେଉଥାନ୍ତି ଆତଯାତ

ତୁମଦେହେ ସଖୀ ଫୁଟାଇଛି କେତେ

ପୀରତିର ପାରିଜାତ I

ମୁହଁସଞ୍ଜ ବେଳ ଜହ୍ନିଫୁଲ ତୁମେ

ଝରା ଶେଫାଳୀର ବାସ

ସ୍ୱପ୍ନ ବିଳାସୀ ଅନ୍ଧାର ରାତି ମୁଁ

ତୁମରି ଗଳାର ଶୋଷ I

       


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance