STORYMIRROR

Bijay Prusty

Romance

4  

Bijay Prusty

Romance

ରୂପସୀ ପ୍ରିୟତମା

ରୂପସୀ ପ୍ରିୟତମା

1 min
337


ଦେଇଥିଲ ଯେଉଁ ଗୋଲାପଟି ଦିନେ

ହୃଦୟର ରଙ୍ଗ ବୋଳି

ସାଇତି ରଖିଛି ଅତି ଯତନରେ

ଏଯାଏ ଦିଶୁଛି ନାଲି I

ମଉଳିବନି ସେ ଗୋଲାପ କଳିକା

ଚହଲୁଥିବ ମୋ ଛାତି

ଅମଳିନ ଥିବ ପ୍ରେମର ସନ୍ତକ

ହଜିବନି ଜହ୍ନରାତି I

ଚକୋଲେଟ ତୁମ ପସନ୍ଦ ନୁହଁଇ

ସେଲାଗି ଲୋ ସଖୀ ଆଜି

ତୁମ ମରମରୁ ମିଠାପଣ ଢାଳି

ଭିଜାଇଲ ଆଖିବୁଜି I

ହୃଦୟେ ଢାଳିଲ ପ୍ରେମର ତଇଳ

ଆଖିରେ ଜାଳିଲ ଦୀପ

ମନ ଅଗଣାରେ ପ୍ରିୟତମା ତୁମେ

ଦିଶୁଥିଲ ଅପରୂପ I।

        


Rate this content
Log in

Similar oriya poem from Romance