Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

4.6  

ପ୍ରଶାନ୍ତ କୁମାର ବେହେରା

Romance

ମଧୁ ନିଶା

ମଧୁ ନିଶା

1 min
297



ଧରା ଦେଲେ କାଳେ 

ଆବେଶ ତୁଟିବ 

ହଜିଯିବ ମଧୁ ନିଶା

ମିଳନ ଝାସରେ 

ମଉଳି କି ଯିବ

ପ୍ରେମର ଉଷୁମ ତୃଷା l


ସେଇ ଭୟେ ସହୀ 

ଦୂରେ କି ରହୁଛୁ

ଦୂରରୁ ମାରୁଛୁ ମୋତେ

ଫୁଲଶର ଜାଳେ 

ନିତି ଜାଳୁଅଛୁ

ମାୟାରେ ମୋହୁଛୁ କେତେ l


ଜାଣିକି ପାରୁନୁ ତୁ 

ଶ୍ରାବଣୀର ଧାରା

ମୁଁ ଚାତକ ରହିଛି ଚାହିଁ

କେବେ ତୁ ଢାଳିବୁ 

ତୋ ଅନ୍ତର ସୁଧା

ଉଦ୍ଧାର ଲଭିବି ମୁହିଁ l


ନୁହେଁ ଆଗୋ ରାଣୀ 

ମିଳନ ରାଗିଣୀ

ପ୍ରେମର ଯେ ଶେଷ ଶିଖା 

ଧରାଦେଲେ କୋଳେ 

ସରିବନି ଜମା

ରାସରସ ମିଠା ଚଖା l


ଆସିବୁ ଗୋ ସହୀ 

ହଜିଯିବା ଆମେ

ଗହନ ଅନ୍ଧାରେ ବାନ୍ଧିବା ବସା 

ଧରା ଦେଲେ କାଳେ 

ଆବେଶ ତୁଟିବ 

ହଜିଯିବ ମଧୁ ନିଶା l


*****


Rate this content
Log in

Similar oriya poem from Romance