STORYMIRROR

Aparti Charan Sethi

Fantasy

4  

Aparti Charan Sethi

Fantasy

ବ‌ଉଳ ଅମାବାସ୍ୟା

ବ‌ଉଳ ଅମାବାସ୍ୟା

1 min
15


ବାର ମାସରେ ତେର ପରବ

  ଓଡ଼ିଆ ଜାତି ପାଳେ‌,

ବ‌ଉଳ ଅମାବାସ୍ୟା ପରବ‌

  ପୁଷୁମାସରେ‌ ପଡ଼େ।

ବ‌ଉଳ ଧରି ଫଳ ଫଳିବ

  ବଢିବ ଉତ୍ପାଦନ,

ତେଣୁ ଆମେ ତ ଆମ୍ବ ବୃକ୍ଷକୁ 

  କରୁଛୁ ଉପାସନ‌।

ଗ‌ଇଁଠା ପିଠା ଭୋଗ କରୁଛୁ‌

  ଜାଳିଣ ଘିଅ ଦୀପ,

ଏହାରି ମଧ୍ୟେ ଅଛିଛି ଆମରି

  ଧାର୍ମିୟ‌ ଭାବତତ୍ତ୍ଵ।  

ଆମ୍ବ ଗଛଟି ଅଟ‌ଇ ଶୁଭ

  ଆମ୍ବ ଜାତୀୟ ଫଳ,

ସମସ୍ତ ଶୁଭ କାମରେ ଲୋଡ଼ା ‌

   ଖଣ୍ଡିଏ ଆମ୍ବଡ଼ାଳ। 

ଆମ୍ବ ଡାଳିଆ ଯଦି ନ ଥିବ

   କଳସ ଶୁଭ ନୁହେଁ,

ଆମ୍ବ ଗଛଟି ଓଡ଼ିଆ ପାଇଁ

   ବୃକ୍ଷ ଦେବତାଟିଏ‌।

ଆମ୍ବ ବ‌ଉଳେ ଫଗୁଣ ମାସେ‌

   ଚହଟେ ସାରା ଦିଗ,

ଭାବୁକ ମନେ ଲାଗୁଛି ଯେହ୍ନେ

   ପ୍ରୀତିର ଫଗୁ ରଙ୍ଗ।

ପଞ୍ଚମ ତାନେ‌ କୋଇଲି ଗାଏ

   ଆମ୍ର‌ କୁଞ୍ଜରେ ଥାଇ,

କାଳିଆ ମନ ଚଞ୍ଚଳ ଆଜି

  ବକୁଳ ଲାଗି ପାଇଁ।

ଏହି ବକୁଳ ଅମାବାସ୍ୟାରେ

   ପ୍ରଭୁ ଜଗତନାଥ‌,

ବରାହ ଅବତାରେ ପାତାଳୁ‌

   ଧରିଲେ‌ ବସୁମାତ‌।

ବ‌ଉଳ ଅମାବାସ୍ୟା ଦିନରେ

   ଆମ୍ବ ବୃକ୍ଷର ମୂଳେ,

ପୂଜା କରିଲେ ସନ୍ତାନ ପ୍ରାପ୍ତି

   ସର୍ବ କଳ୍ମଷ ହରେ‌।

ଆମ୍ବ କୁଞ୍ଜରେ ବ‌ଉଳ ଶୋଭା

  ଦୋଳ ବିମାନ ସଜ୍ଜା,

ଅଧିର ମନ ରାଈ ସୁନ୍ଦରୀ  

   ପୁଣି କହ୍ନେଇ ରଜା‌।

ବ‌ଉଳ ପୂଜା ଗ‌ଇଁଠା ପିଠା

   ଭୋଗ ତୁଳନା ନାହିଁ,

ଧନ୍ୟ ଓଡ଼ିଆ ଜାତି ସଂସ୍କୃତି

   ଧନ୍ୟ ଜଗତସାଇଁ‌।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy