STORYMIRROR

kahnu charan sahu

Abstract Fantasy

4  

kahnu charan sahu

Abstract Fantasy

ଅପହୃତ ସ୍ବପ୍ନ

ଅପହୃତ ସ୍ବପ୍ନ

1 min
314


ବାସ୍ତବ ଓ ଅବାସ୍ତବ ଭିତରେ

ଅନେକ ଫରକ ବଞ୍ଚିବା

କିଏ ବୁଝେ ହୃଦୟର ଶୂନ୍ୟତା ?

ଆଉ କିଏ ବୁଝିବାରେ ଅବହେଳା କରେ

ପ୍ରକୃତ ହୃଦୟର ପ୍ରେମ ପରିଭାଷା ।


ସାଇତି ଥିବା ଅନେକ ସ୍ୱପ୍ନ

କାଳକ୍ରମେ ଅପହୃତ ହେବାକୁ ଲାଗେ,

ସେତେବେଳେ ହୃଦୟରେ

ଅକଳନୀୟ ଯନ୍ତ୍ରଣା ସୃଷ୍ଟି ହୁଏ,

ସାତରଙ୍ଗୀ ମନ ରାତି ସାରା ଚେଇଁ

ଆଖିରୁ ଲହୁ ଲୁହ ନିଗାଡି

ମନ ଆଉ ମାନକୁ ସ୍ୱାଭିମାନରେ ଜିଇଁବାରେ

ଅସଂଯତ ମନେକରେ ।


ଭାଗ୍ୟ ଆଉ ପରିଶ୍ରମ

ଏକ ବଦଳରେ ଅନେକ ସ୍ବପ୍ନକୁ

ସଫଳତାର ସ୍ବର୍ଣ୍ଣିମ ପୃଷ୍ଠାରେ ଇତିହାସ ରଚେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract