STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ବକୁଳ ଅମାବାସ୍ୟା

ବକୁଳ ଅମାବାସ୍ୟା

1 min
117


ଆମ୍ବ ଗଛରେ ଏବେ ଧରିଛି ବଉଳ

ଅପସରି ଯିବାକୁ ବସିଛି ଶୀତ

ହାଲୁକା ହାଲୁକା ପବନରେ

ଏବେ ଆସିବ ବସନ୍ତ

ଗଛ ଗହଳିରେ ଜଗି ବସିଛି ପିକ

ବରଷା ଋତୁରେ ଥିଲା କଣ୍ଠ ରୋଧ

ଏବେ ସେ ହେଲାଣି ପୁଲକିତ

ରସାଳ ଗଛରେ ଏବେ ଧରିଛି ଫୁଲ

ତାକୁ ଖାଇ ସେ ପ୍ରସ୍ତୁତ ଗାଇବ ଗୀତ

ମନ୍ଦ ସମୀରେ ବାସି ଉଠିବ ଜଗତ

ଋତୁ ଚକ୍ରରେ ଏବେ ଆସିଛି

ପଉଷ ମାସରେ ଅମାବାସ୍ୟା ବେଳ

ନାମ ତାର ବଉଳ ଅମାବାସ୍ୟା

ଅବା ଅଟେ ବକୁଳ ଅମାବାସ୍ୟା

କେହି କହନ୍ତି ଗାଇଁଠା ଅମାବାସ୍ୟା

ଆଜିର ଦିନରେ ଲୋଡ଼ା ଆମ୍ବ ବଉଳ

ଗାଇଁଠା ପିଠାରେ ପ୍ରଭୂ ହେବେ ପୂଜିତ

ଗାଇଁଠା କ୍ଷୀରିରେ ପଡି ବଉଳ

ଘର ମନ୍ଦିର ହୋଇବ ବାସ

ବରଷକେ ଥରେ ଆସେ ଏ ଦିବସ

ବକୁଳଲାଗି ହେବ ପ୍ରଭୁଙ୍କୁ

ଆଜି ସେ ଦିସିବେ ଅପୂର୍ବ

ଗାଇଁଠା ଓ ବଉଳ ଖାଇ ସର୍ବେ

ନିଜ ପେଟକୁ ରଖିବେ ନିରିମଳ

ଶୀତରେ ରହିଥିବ

ଅନ୍ତ୍ରରେ ଯେତେ କଲ୍ମଶ

ଗାଇଁଠାରେ ହେବ ଶେଷ

ଆମ୍ବ ବଉଳରେ ସାଙ୍ଗସାଥି

ବସିବେ ବଉଳ ଆଉ

ଧରିବେ ନାହିଁ ବନ୍ଧୁ କି ବାନ୍ଧବୀ ନାମ

ଜଗନ୍ନାଥ ସଂସ୍କୃତିରେ

ଅଟଇ ପବିତ୍ର ଏ ଦିନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics