ବକୁଳ ଅମାବାସ୍ୟା
ବକୁଳ ଅମାବାସ୍ୟା
ଆମ୍ବ ଗଛରେ ଏବେ ଧରିଛି ବଉଳ
ଅପସରି ଯିବାକୁ ବସିଛି ଶୀତ
ହାଲୁକା ହାଲୁକା ପବନରେ
ଏବେ ଆସିବ ବସନ୍ତ
ଗଛ ଗହଳିରେ ଜଗି ବସିଛି ପିକ
ବରଷା ଋତୁରେ ଥିଲା କଣ୍ଠ ରୋଧ
ଏବେ ସେ ହେଲାଣି ପୁଲକିତ
ରସାଳ ଗଛରେ ଏବେ ଧରିଛି ଫୁଲ
ତାକୁ ଖାଇ ସେ ପ୍ରସ୍ତୁତ ଗାଇବ ଗୀତ
ମନ୍ଦ ସମୀରେ ବାସି ଉଠିବ ଜଗତ
ଋତୁ ଚକ୍ରରେ ଏବେ ଆସିଛି
ପଉଷ ମାସରେ ଅମାବାସ୍ୟା ବେଳ
ନାମ ତାର ବଉଳ ଅମାବାସ୍ୟା
ଅବା ଅଟେ ବକୁଳ ଅମାବାସ୍ୟା
କେହି କହନ୍ତି ଗାଇଁଠା ଅମାବାସ୍ୟା
ଆଜିର ଦିନରେ ଲୋଡ଼ା ଆମ୍ବ ବଉଳ
ଗାଇଁଠା ପିଠାରେ ପ୍ରଭୂ ହେବେ ପୂଜିତ
ଗାଇଁଠା କ୍ଷୀରିରେ ପଡି ବଉଳ
ଘର ମନ୍ଦିର ହୋଇବ ବାସ
ବରଷକେ ଥରେ ଆସେ ଏ ଦିବସ
ବକୁଳଲାଗି ହେବ ପ୍ରଭୁଙ୍କୁ
ଆଜି ସେ ଦିସିବେ ଅପୂର୍ବ
ଗାଇଁଠା ଓ ବଉଳ ଖାଇ ସର୍ବେ
ନିଜ ପେଟକୁ ରଖିବେ ନିରିମଳ
ଶୀତରେ ରହିଥିବ
ଅନ୍ତ୍ରରେ ଯେତେ କଲ୍ମଶ
ଗାଇଁଠାରେ ହେବ ଶେଷ
ଆମ୍ବ ବଉଳରେ ସାଙ୍ଗସାଥି
ବସିବେ ବଉଳ ଆଉ
ଧରିବେ ନାହିଁ ବନ୍ଧୁ କି ବାନ୍ଧବୀ ନାମ
ଜଗନ୍ନାଥ ସଂସ୍କୃତିରେ
ଅଟଇ ପବିତ୍ର ଏ ଦିନ |
