ହୃଦୟର ନୀଳ ତୃଷ୍ଣା
ହୃଦୟର ନୀଳ ତୃଷ୍ଣା
ଶୀତର ସମୟ ଏବେ ଥରଥର ଶୁଭେ କଣ୍ଠ
ଢଳି ଗଡି ଯାଇପାରେ ଜୀବନ ବୟସ ,
ଧୋବ ଫରଫର ହୋଇ ପାଚି ପାରେ ମୁଣ୍ଡ କେଶ
ଦେଇ ପତ୍ରଝଡା ଅବା ରହିପାରେ ଲେଶ ।
କେଶାଗ୍ରକୁ ମୃତ୍ଯୁ ଆସି ଛୁଇଁପାରେ କେବେହେଲେ
ଭୁଲି କେବେ ହୁଏ ନାହିଁ ତୁମକୁ ଅବଶ୍ଯ ,
ବଦଳୁ ସମୟ କିବା ଜୀବନର ଆୟୂକାଳ
ହୃଦୟକୁ ହୁଏ ନାହିଁ ବାର୍ଦ୍ଧକ୍ଯର ସ୍ପର୍ଶ ।
ଜଣାଅଛି ଶୀତରାଣୀ ଆସିବ ନିଶ୍ଚିତ ତୁମେ
ସ୍ମିତହାସ୍ଯେ ଫୁଟାଇବ ସୁମନ ଗୋଲାପ ,
ଅନୁକ୍ଷଣେ ଖୁସିମନେ ସୌନ୍ଦର୍ଯ୍ଯର ସୁଧା ପାନେ
ନୀଳ ତୃଷ୍ଣା ତୃପ୍ତି ଲଭୁ ହୃଦୟ ମଧୁପ ।

