STORYMIRROR

Dr. Rajib Lochan Panigrahy

Classics Fantasy

4  

Dr. Rajib Lochan Panigrahy

Classics Fantasy

ଦଣ୍ଡିବା ଶକ୍ତି ଯାର ଥାଇ

ଦଣ୍ଡିବା ଶକ୍ତି ଯାର ଥାଇ

1 min
400

ମଣିଷ ଜନମେ ହୁଅଇ

କେତେ ଯେ ପାପ

କେତେ ଜାଣିଶୁଣି

କେତେ ଅଜାଣତ

ମଣିଷ ଜାଣି ପାରେନା

ମୂଢ଼ ମସ୍ତିଷ୍କରେ କେତେ

ଧରମ ସେ କରୁଛିକି

କରୁଅଛି ପାପ

କାହାକୁ କେତେ ଦିଏ କଷ୍ଟ

ଅନେକ ମନେ ଭରେ ରୋଷ

ମତ୍ତ ବଳରେ ଅବା ଆବଶ୍ୟକେ

କରଇ ଇଚ୍ଛା ତା ପୁରଣ

କିଏ ଦେଖୁନାହିଁ ଭାବି

ଲୁଚି ଛପି କେତେ ଅଧର୍ମ

ସବୁ ଦେଖୁଛି ଜଣେ

ଉପରେ ରହି

ହିସାବ ରଖୁଛି ସବୁ

ଧରମ ଅଧର୍ମ ବାଛି

ନିଶ୍ଚେ ସେ କରିବ ହିସାବ

ନିକାଶ ଜୀବନ ଶେଷେ

ତଥାପି ମଣିଷ ଯଦି

ତାର ସରଣାପନ୍ନ ହୁଏ

ନିଶ୍ଚେ ସେ କ୍ଷମା କରିଦେବେ

ସମସ୍ତ ଜୀବ ତାଙ୍କରି ସନ୍ତାନ

କେବେ ସେ ଚାହିଁବେ ନାହିଁ

ନିଜ ଛୁଆଙ୍କ ଅନିଷ୍ଟ

ତେଣୁ

କୁହାଯାଇଛି ଭାଗବତେ

ଦଣ୍ଡିବା ଶକ୍ତି ଯାର ଥାଇ

ସେ ପୁଣି କ୍ଷମା ଆଚରଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics