ରୁପ ଯୈାବନ ଦୁଇଦିନିଆ
ରୁପ ଯୈାବନ ଦୁଇଦିନିଆ
ରୁପ ଯୈାବନ ଦୁଇ ଦିନିଆ
ଜାଣିକି ମଣିଷ ଗର୍ବ କରେ
ଆଉ ସବୁ ଅଢେଇ ଦିନିଆ
ଏସବୁ ଯାଣିକି କାହିଁକି କରେ
ଆପଣା ଦୁଃଖ ଆପଣା ଭିତରେ ଦେଖିକି ମରେ.....
ଏ ଯେଉଁ ସତ୍ୟ ଯାଉଛି ଗାଇ
କିଏ ତାକୁ ରୋକି କରିବ ତୁନି
ଦିଗ ବିଦିଗରେ ଯାଇଛି ଘୋଷି
ଆକାଶ ଫଟାଇ ତା ପ୍ରତିଧ୍ବନୀ
ସଂସାର ସାର ଏହି ମର୍ମ ଜାଣିଛନ୍ତି
ମୁନି ଜ୍ଞାନୀ ବାରେ...
ନଶ୍ବର ସଂସାରେ ଈଶ୍ବର ସାର
ଯାହା ଦେଖୁଛ ଏ ଦୁଇ ଦିନର
ଜଗତ ଅଟଇ ଜାଣ ତା ନିଜର
ସିଏ ଅଟେ ସର୍ବେସର୍ବା ଅଧିଶ୍ବର
ପୁଜନ ଭଜନ ସ୍ମରଣ କୀର୍ତନ
ନିତି କର ବାରେ...
ଅସାର ଜଗତ ଜଗତରନାଥ
ସବୁତ ଅସତ୍ୟ ସେହି ଏକା ସତ୍ୟ
ଅନାଥର ନାଥ ଅଂଧଂକର ପଥ
ପରମୋଚ୍ଚ ଶକ୍ତି ନ ଜାଣେ ଅଜ୍ଞାତ
ଦରିଦ୍ରଂକ ଧନ ତୋରପାଦେ ରହୁ ମନ ବାରେ...।।
