STORYMIRROR

ସୌମ୍ୟରଞ୍ଜନ ନାୟକ

Classics Fantasy

4  

ସୌମ୍ୟରଞ୍ଜନ ନାୟକ

Classics Fantasy

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ

1 min
264


କଦଳୀ ପାଟୁକାରେ କରି ଡଙ୍ଗାଟିଏ

ଘୃତ ସଳିତା ପାନ ଗୁଆ ଦେବା ଥୋଇ

ଆ-କା-ମା-ବୈ କରି ତୁଣ୍ଡେ ଉଚ୍ଚାରଣ

କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟୁଷେ ଦେବା ଭସାଇ ।


ଆମ ପୁର୍ବପୁରୁଷ ଥିଲେ ସ୍ୱାଭିମାନୀ ସାଥେ ବୀର

ନଥିଲା ଝଡତୋଫାନ ଆଉ ଜଳଦସ୍ୟୁଙ୍କ ଡର

ବୋଇତ ଯାତ୍ରା କରି ସୁଦୂର ବିଦେଶେ କରୁଥିଲେ

ନୌବାଣିଜ୍ୟ ସହ ଉତ୍କଳୀୟ ସଂସ୍କୃତିର ପ୍ରସାର ।


ସାଧବ ବୋହୁ ଦେଉଥିଲେ ମେଲାଣି

ବୋଇତ ମଙ୍ଗରେ ମଙ୍ଗଳା ବନ୍ଦାଇ

ସାତ ଦରିଆ ତେର ନଈ ହୋଇପାରି

ସାଧବ ପୁଅ ବାଣିଜ୍ୟ କରୁଥିଲେ ଯାଇ ।


ନୀଳ ଢେଉ ପରି ଭାସି ଭାସି ଯାଉଥିଲା

ସାଧବ ପୁଅର ପାଲଟଣା ବୋଇତ

ସ୍ମୃତିରେ ଉତ୍କଳର ବୋଇତ ବନ୍ଦାଣ 

ପ୍ରାଚୀନ ନୌପରମ୍ପରାର ସମୃଦ୍ଧ ଅତୀତ ।


ଉତ୍କଳର ଗୌରବମୟ ଇତିହାସ

ଜାଭା ସୁମାତ୍ରା ବାଲି ନୌବାଣିଜ୍ୟ ଯାତ୍ରା 

ଓଡ଼ିଆ ଜାତି ତାକୁ କେବେ ଭୁଲି ନାହିଁ

ପାଳନ କରୁଛି ଐତିହ୍ୟ ସମ୍ପର୍ଣ୍ଣ ବାଲିଯାତ୍ରା ।


ଲୋକାରଣ୍ୟ ଶ୍ରୀ କ୍ଷେତ୍ର ଧାମର ମହୋଦଧି କୂଳ

ବିନ୍ଦୁସାଗର ଗୋପାଳପୁର ଆଉ ଗଡ଼ଗଡ଼ିଆ ଘାଟ

ଐତିହ୍ୟ ଓ ଧାର୍ମିକ ବିଶ୍ୱାସର ଅପୂର୍ବ ସଂଯୋଗ 

ସୂର୍ଯ୍ୟୋଦୟ ପୂର୍ବରୁ ଧର୍ମ ମନାସି ଭସାଇବା ବୋଇତ ।


ଆଷାଢ଼ କାର୍ତ୍ତିକ ମାଘ ଓ ବୈଶାଖ 

ସୂର୍ଯ୍ୟଙ୍କର ଅୟନାନ୍ତ କାଳ 

କରି ସୌରଦେବ ଉପାସନା 

ଈଶ୍ୱର ଦର୍ଶନେ ଅର୍ଜିବା ଧର୍ମ ସକଳ ।


Rate this content
Log in

Similar oriya poem from Classics