STORYMIRROR

Sunanda Mohanty

Abstract Fantasy

4  

Sunanda Mohanty

Abstract Fantasy

ସମୟ ପଥେ

ସମୟ ପଥେ

1 min
218


ଅପରାହ୍ନ ଯାଇ ସାୟାହ୍ନ ହେଲାଣି

ବୟସ ମାଗୁଛି ଦିଅ ମେଲାଣି

ବୟସର ଯେତେ ମାନ ଅଭିମାନ

ପୁରୁଣା ହେଲାଣି ଛିଡି ଗଉଣି

ବାପାଙ୍କ ରାଜକୁମାରୀ ହଜିଲା ଯେବେ

ହୋଇ କାହା ଘରର ରାଣୀ

ଫଗୁଣରେ ଫଗୁ ଶ୍ରାବଣରେ ଫଲ୍ଗୁ

ସାଜି ମଲା ଫାଲ୍ଗୁନୀ

ମଳୟ ଚଇତି କେତେ ଚିତ୍ରଗୀତି

ଜୀବନ ଯମୁନା ଉଠାଣି ଗଡା଼ଣି

ପ୍ରେମ ବତୁରା ସ୍ବପ୍ନ ଅଧୁରା ଚୈତନ୍ୟ

ଚେତନା କହେ କାହାଣୀ

ବିତିଲା ଦିନର ପିଛିଲା କଥାର

ମାନେ ନାହିଁ ବହି ପୃଷ୍ଠା ହେଲାଣି

କିଏ କେତେ ଆସି ଏ ଧରା ଧାମକୁ

ସ୍ବର୍ଣ୍ଣ ଅକ୍ଷରେ ନାମ ଲେଖି ଗଲେଣି

ଫେରିବକି ଆଉ ଜୀବନେ ସେଦିନ 

ସ୍ବପ୍ନ କେବେ ବାସ୍ତବ ହେଲାଣି

ସଂସାର ନାଆର ଦଦରା ଆହୁଲା 

ତୁଠ ପଥରଟା କହେ କାହାଣୀ

ପୁରୁବା ପବନ ପୁବେଇ ନଇଧାରେ

ସୁରୁଜ ପରିକା ଡୁବି ଗଲାଣି

କେତେ କାହାଣୀ ଜିଇଁ ମରି ଏଠି କହେ

କିଏ ରାଜା ଅବା କିଏ ରାଣୀ ମାଲ୍ୟାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract