STORYMIRROR

SUJATA DAS

Romance Fantasy

4  

SUJATA DAS

Romance Fantasy

ତୁମ ସହର ଆଉ ଦୀପାବଳି

ତୁମ ସହର ଆଉ ଦୀପାବଳି

1 min
223


ତୁମ ସହରରେ

  ଆଲୋକ ରୋଷଣୀ

    ଚିକିମିକି ହୋଇ ଜଳେ 

ଆତସ ବାଜିରେ

   ଝଲସେ ପବନ

     ନାଲି ନେଳି ରଙ୍ଗ ମେଳେ.

ଆମ ସହରରେ

   ଅମାବାସ୍ୟା ତିଥି

     ଘନ କଳା ଅନ୍ଧକାର

ନୀରବ ନିସ୍ତବ୍ଦ

  ହୃଦୟ ମହଲ

    ଶୂନ୍ୟତାର ହାହାକାର.

ତୁମ ସହରରେ

  ପୁନେଇଁ ଆକାଶେ

     ରୂପା ଚାନ୍ଦ ଆସେ ଉଇଁ

ଜୋଛନା ବିଧୌତ

  ସୁନୀଳ ଆକାଶେ

     ଦିଶେ ତୁମ ରୂପ ଛାଇ.

ଆମ ସହରରେ

  ଅନ୍ଧାର ରାଜତ୍ୱ

     ଚଉଦିଗ ଧୁମମୟ

ଅସ୍ପଷ୍ଟ ରଚନା

   ଅଦୃଶ୍ୟ କଳ୍ପନା

     ଅଜଣା ବି ପରିଚୟ.

ତୁମ ସହରରେ

   ଋତୁ ସବୁ ଲାଗେ

     ବସନ୍ତ ବସନ୍ତ ପରି

କୋକିଳ କୁଜନେ

   ମହ ମୋହିନିଏ

     ପ୍ରୀତି ମଧୁ ଯାଏ ଝରି.

ଆମ ସହରରେ

  ବୈଶାଖୀ ମଳୟ

     ଦେହ ମନ ଯାଏ ଜଳି

ବିରହର ଋତୁ

   ସ୍ମୃତି ତୋଟାମାଳେ

     ବ୍ୟଥା ହୃଦେ ଭଳି ଭଳି.

ତୁମ ସହରର

   ଲେଖନୀରୁ ଝରେ 

     କାବ୍ୟ କବିତାର ପ୍ରୀତି

ଶବ୍ଦର ମାଧୁରୀ

   ଛନ୍ଦର ଚାତୁରୀ

     ପ୍ରଣୟର ମଧୁଗୀତି.

ଆମ ସହରରେ

   କେଜାଣି କେବେଠୁ

     ନିରୁଦ୍ଧିଷ୍ଟ ଶବ୍ଦରାଶି 

ଉଦାସେ ଲେଖନୀ

   ଯାଇଛି ଝାଉଁଳି

      ସ୍ବପ୍ନ ତାର ପରଦେଶୀ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance