STORYMIRROR

Kamlesh Patel

Inspirational

3  

Kamlesh Patel

Inspirational

ଆମଦାନୀ

ଆମଦାନୀ

1 min
114

ଏଇତ…

ସୁଖ ଆଉ ହସ ମାନେ

ଆମ ଆଡକୁ ଉଡାଣ ଝାଡିଲେଣି

ଟଂକିଆ ଚାଉଳ ଆଉ ସ୍କ୍ରେଜ୍ ଜିନ୍ ପ୍ଯାଣ୍ଟରେ,


ମହମ ବତୀର ଓଦାଳିଆ ସଳିତା ଭିତରେ,

ସାତ ସ୍ବପ୍ନ ଭାଗବତ ଘରେ |


ଗରିଲେଟ୍ ରେ ସେଦିନ ଝୁରି ମାରୁଥିବା

ଆମର ରଏବାରୁ ଏବେ

ଆନ୍ଧ୍ର ଇଟାଭାଟିର ସୁପର ଭାଇଜର୍


ଯାହାର କି ପ୍ରତ୍ଯେକ କଥାରେ

'ଲେକିନ' ଆଉ 'ଫିର୍ ଭି' ର ଫୁତ୍କାର୍ |


କିନ୍ତୁ…ଏଇତ

ଆମକୁ ଆମର ଭାଗ୍ଯ ସ୍ବାଗତ କଲାଣି

ଜନ୍ମ ଦିନର ଶୁଭ ସଂଜ ବେଳାରେ


ମନବୋଧ ଚଉତିଶା, ମଥୁରାମଂଗଳରେ

କବିସୂର୍ଯ୍ଯ ଚଂପୁ ରସର- ଖରାପ ତୁ ହେଲୁରେ |


ଯଦିଓ ଆମର ଦେବାଦେବୀ ଏବେ

ମଦ ପାଉଚ୍ ପିଇଲେଣି

ତେବେ , ପଚାରନି

ଇଏ କି ପ୍ରକାର ଆମଦାନୀ ବୋଲି |


ହଁ…

ଭାବନାର ଛନ୍ଦେ ଛନ୍ଦେ

ଛନ୍ଦି ହୋଇଯାଏ ଜୀବନ ବୀଣାର ସୁର ,


ନିର୍ଣ୍ଣିତ ଚକ୍ରବ୍ଯୁହ ର ବିଭ୍ରାନ୍ତି ପରି

ନିର୍ବାକ୍ ସମୟ ର |


ତଥାପି…

ଏଇ ସମୟର ଆଳାପ ଭିତରେ

ଏଠି ସଂଯତ ଭାବନା ଓ ପ୍ରତ୍ଯୟର ଝଳଝଳ ସ୍ରୋତ ;


ବିନ୍ଦୁ ନୁହେଁ କି ବଳୟ ନୁହେଁ

ବରଂ , ଅନେକ ସମୟରୁ

ଅନାଇ ବସିଥିବା

ପ୍ରସ୍ତୁତିର ପାର୍ବଣରେ,

ପ୍ରଶସ୍ତ ଫଗୁଣର ଯୌବନ ବକ୍ଷରେ ,


ରାଧେଶ୍ଯାମ ନାଁ କୁ ଫୋପାଡି

'ରାଜ୍' ଶବ୍ଦର ଆମଦାନୀରେ ,

ପୁଣି ,ତା' ଛତରା ମୁଣ୍ଡ ବାଲର

ନାଲି ନେଲି ମେହେନ୍ଦି ରଂଗ ରେ |



Rate this content
Log in

Similar oriya poem from Inspirational