STORYMIRROR

Kamlesh Patel

Others

3  

Kamlesh Patel

Others

ସ୍ବପ୍ନ

ସ୍ବପ୍ନ

1 min
288

ତୁମକୁ ଦେଖିଲା ପରେ

ତୁମକୁ ଚାହିଁଲା ପରେ

ହୃଦୟେ ମୋ ସ୍ବପ୍ନ ଖାଲି ସ୍ବପ୍ନ ।


ତୁମ ରୂପ ସ୍ପର୍ଶ ପାଇ

ହୃଦୟେ ପାଛୋଟି ନେଇ

ଦୃଶ୍ଯ ପରେ କେତେ ଦୃଶ୍ଯ

ଦିନ ପରେ କେତେ ରାତି

ପୁଣି ରାତି ପରେ କେତେ ଦିନ ।


ଅଥଚ , ମୁଁ ଦେଖିନି ତୁମକୁ

ତଥାପି ଏ ହୃଦୟରେ

ପ୍ରତିକ୍ଷଣେ କବିତାର ଜନ୍ମ ।


କାହା ପାଇଁ ଏ କବିତା ?

କାହିଁକି ଏ ହୃଦୟ ସଂଗୀତ ?

ହୋଇପାରେ ସ୍ବପ୍ନ କିନ୍ତୁ

ସ୍ବପ୍ନ ଯଦି ହୁଏ ସ୍ବପ୍ନାତୀତ

ଦୃଶ୍ଯ ଯଦି ହୁଏ ଆର ଦୃଶ୍ଯ ।


ସ୍ବପ୍ନ ପାଇଁ ଖୋଜିଯିବି

ବିଲ ବଣ ପରବତ ଡେଇଁ

କଣ୍ଟା ବଣ ପାରିହୋଇ , ଦରିଆରେ ମିଶିଯିବି

ଚାଲିଯିବି ସାତ ସିନ୍ଧୁ ତେର ନଈ ଡେଇଁ

ଖୋଜୁଥିବି ରାତ୍ରିର ରହସ୍ଯ ।



Rate this content
Log in