Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Tragedy

2  

Kamlesh Patel

Tragedy

ତୁମ ସ୍ମୃତି

ତୁମ ସ୍ମୃତି

1 min
164


ହୁଏତ ଖିନଭିନ୍ ହେଉ ସକଳ ଆତ୍ମୀୟତା

ଉପସ୍ଥାପିତ ହେଉ ପଛକେ

ସନ୍ଦେହ ଅବଶୋଷ ଆଉ

ଲୁହ କୋହର କଡା କଡା ଶବ୍ଦ

ଏଇ ହୃଦୟାଭିଧାନେ ,


ଶରତ ର କାକର ବିନ୍ଦୁରେ

ଗଂଗଶୀଉଳୀରେ ଆଉ କାଶତଣ୍ଡିରେ ବି

ନିର୍ଣିମେଷ ନିଦାଘ ର କରୁଣତା ରେ

ପଶି ଆସୁ ପଛକେ

ଯନ୍ତ୍ରଣା ଏଇ ପ୍ରାଣେ |


ତଥାପି ...

ମନେ ମୋର ତୁମ ସ୍ମୃତି ଯେବେ ଛୁଇଁ ଯାଏ

ମୋର ସଦ୍ଯ ଯନ୍ତ୍ରିତ ହୃଦୟ ବି

ହୋଇ ଯାଏ ବିଗଳିତ ,


ତୁମ ସ୍ମୃତି ଯେବେ ଛୁଇଁ ଯାଏ

ମନେ ମୋର ମାଦକତା ,

ବକ୍ଷେ ବିଧୁନିତ ହୁଏ ସୁଖ ଅବିରତ |


ପୁଣି ,

ସନ୍ତର୍ପିତା ତୁମେ ମୋ ସାଥିରେ

ଏଇ ସୁମଧୁର ସଂଜର ଶେଯରେ ,

କାହିଁକି ନା

ଭାରି ମନେପଡ ତୁମେ

ଭାରି ମନେପଡ ତୁମେ |



Rate this content
Log in

Similar oriya poem from Tragedy