ବର୍ଷା ଆସିଯିବ କାଳେ
ବର୍ଷା ଆସିଯିବ କାଳେ
ରସ ରିକ୍ତ ଫୁଲର ଗଜରାକୁ
କାନ୍ଥର କଣ୍ଟାରେ ଝୁଲାଇ ଦେବାର
ମୋର ବି ଟିକିଏ ତାକତ୍ ଅଛି ବୋଲି
ଆବର୍ତମାନ ମାନଙ୍କୁ ତୁମର
କରି ସାରିଛି କେତେ କାଳୁ ବସନ୍ତ ,
ତଥାପି ମତେ ଲାଗେ…
ତୁମ ସେହି ଭିଜା ଓଠ
ସତେ ନା କ'ଣ
ଚୁମ୍ବ ଦିଆ ପ୍ରତିବିମ୍ବଟିଏ
ନା' ସଜ ଫୁଟା ଗୋଲାପ ପରି ଯେ
ତୁମର ଜୁଆରିଆ ହସକୁ
ହାତ ମୁଠିକରେ
ଗୋଟାଇ ନେବାକୁ ମୁଁ ଇତସ୍ତତଃ !
ଏ ବର୍ଷା
ଉଭାନ ହୋଇ ସାରିଲା ପରେ ବି
ମତେ ଆହୁରି କାଇଁ
ଭିଜିବାକୁ ଭଲ ଲାଗେ ,
ଉତ୍ତରର ଆତୁରତା ଯେ
ଅପହଞ୍ଚ ହୋଇ ପଡେ
ପ୍ରଶ୍ନର ଜମାଟ ବାନ୍ଧିଥିବା ମନ ତଳେ...
ସେଇଥିପାଇଁ ତ
ଟିକିଏ ଓଦା ହୋଇବାକୁ
ତମେ ନ ହେଲେ ବି
ଏ ବର୍ଷାର ଛିଟା ଟିକେ ମାଗେଁ |
ଏ ବର୍ଷା ପରି
ତମେ ବି ତ ଯାଇଛ ଯେ ଯାଇଛ
କିନ୍ତୁ ଅଭିମାନ ଗୁଡିକର
ବିନିମୟରେ ଯେ ମୋର
ଅଭିମାନ ବି ତ ହୋଇ ନ ପାରେ ,
ଆସ
ଏକଠି ହୋଇଯିବା ଦୁହେଁ
ମୋର ଅଭିମାନୀ ପଣରେ ବି
ମୁଗ୍ଧ ବସନ୍ତକୁ ଫୋପାଡି
ରହିଯାଉଛି ପଛେ କାକୁସ୍ଥ ମୁଦ୍ରାରେ |
ତମେ ଆସିଲେ ଏଠି
କଦମ୍ବ ଫୁଟିବ
ପୁଲକ ଛୁଇଁବ ମତେ
ଶ୍ଯାମ ବନର ବିଦ୍ରୋହରେ
କଳା ମେଘର ଆସ୍ତରଣର ତଳେ ,
ମୁଁ ବି ଫେରିବି ସେଇ
ମୋର ସୁଖ ପରିଧୀକୁ
ଯେହେତୁ ଏ ବର୍ଷା ଆସିଯିବ କାଳେ !!
