Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Others

3  

Kamlesh Patel

Others

ନୂଆ ପୁରୁଣା

ନୂଆ ପୁରୁଣା

1 min
251


ମୋ ପାଇଁ

ନୂଆ ପୁରୁଣା ସବୁ ସମାନ

ନିତ୍ଯ ନୂତନ ଆଶା ଆଉ ବିଶ୍ବାସକୁ ନେଇ ହିଁ

ଏଇ ମୋର ଜୀବନ ।


ମୋ ପାଇଁ ସବୁଦିନ ସମାନ

ସେ ବର୍ତ୍ତମାନ ହେଉ କି ଅତୀତ ,


ମୁଁ ଯେ କିଛି ପାଇବା ପାଇଁ ଆଶାରେ ଆସକ୍ତ

ପୁଣି ,

ନ ପାଇବାର ଆଶଙ୍କାରେ ବି

ସଦା ଜର୍ଜରିତ ।


ଦୁଃଖର ଦିନ ଗୁଡିକ ଯଦିଓ ଗଡିଗଲା

ତେବେ ଭାବେଁ- ସବୁ ଭଲ ହେଲା ,


ଆଉ

ସୁଖର ଦିନ ଗୁଡିକ ଯଦିଓ ଗଡିଗଲା

ତେବେ ଭାବେଁଁ-

ଏଇଟା ବି ବହୁତ ଖରାପ ହେଲା ।


କାଳେ ସୁଖର ସମୟ

ଆହୁରି ଟିକେ ଅଟକି ଯା'ନ୍ତା କି ,


ଏଇ କଥାକୁ ବୋବାଳି ବୋବାଳି

ମନ ବି ହୋଇଥାଏ ଦିକିଦିକି ।


ମୁଁ ବି ଜାଣେ ସୁଖ ଘୋଡାରେ ଯାଏ

ଆଉ ଦୁଃଖ ହାତୀରେ ,


ତଥାପି ନିତ୍ଯ ନୂତନ ଆଶା ଆଉ ବିଶ୍ବାସ

ଅହରହ ଜଳୁଥାଏ

ମନ ଆଉ ଭିତର ଛାତିରେ ।


ସେଥି ପାଇଁ ଲାଗେ ମତେ

ନୂଆ ଓ ପୁରୁଣା ସବୁ ଏକା ଏକା ଭଳି ,


ଦହି ବିଳେଇଲା ପରି

ଅତୀତ ଓ ବର୍ତ୍ତମାନ

ସବୁ ସୁଖ ସବୁ ଦୁଃଖ ହୋଇ ଥାଏ ବିଳି ।


ସେଥିପାଇଁ , ହିସାବ ମୁଁ ରଖେ ନାହିଁ

ନୂଆ ଓ ପୁରୁଣା ଏଠି ସବୁ ତ ସମାନ ,


ଆଶା ସାଥେ ଅହରହ ଝୁରୁଥିବ

ବର୍ତ୍ତମାନ ଟିଏ

ଆଉ ଅତୀତ ପାଲଟି ଯିବ ସ୍ମୃତିର ସ୍ପନ୍ଦନ |



Rate this content
Log in