Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Inspirational

3  

Kamlesh Patel

Inspirational

ଆମ ଖେଳାଳିଙ୍କୁ ପଦେ

ଆମ ଖେଳାଳିଙ୍କୁ ପଦେ

1 min
245


ଉଠ ଜାଗ୍ରତ ହୁଅ

ଫୋପାଡି ଦିଅ ତୁମ ଅନ୍ତରର ବାହାନା ସବୁକୁ

ବିଚାର କରି ଅତୀତର ଯାତନା ସବୁକୁ

ବୁଝି ନିଅ

ଇଏ ହିଁ ତୁମର ନିକଟତମ

ଆଉ ସର୍ବସ୍ବ ସମୟ |


ଭରିଦିଅ ଏଠି

ପ୍ରତି ପ୍ରାଣେ ପୁଲକ

ବିଜୟର ଝଡ ତୋଫାନରେ

ବିଶ୍ବ ବକ୍ଷର ସମସ୍ତ ଚଞ୍ଚଳତାକୁ

କରିଦିଅ ସ୍ତବ୍ଧ ,

ଏଇ ହିଁ ସମୟ ଆଣିଛି ଡାକି

ଏକାକି ତା'ର ଆହୁଲାରେ

ଗୁଞ୍ଜରଣ ଶୁଣିବାକୁ

ଜୟ ଭାରତ , ଜିନ୍ଦାବାଦ |


ହୁଏତ ଏ ଚକ୍ରବ୍ଯୁହ…

ଆଶଙ୍କାର ସପ୍ତରଥୀ ବସିଥିବେ ଜଗି ,

ନିର୍ଭୀକତା ହିଁ ତୁମର ପରିଚୟ ହେବ

ଏକା ଅଭିମନ୍ଯୁ ଆଉ ଅର୍ଜୁନ ହେଲେ ବି |


ଏଠି ତ ନଥିବେ

ସେଇ ତ୍ରେତୟାର ଲୀଳାମୟ କୃଷ୍ଣ

'କର୍ମଣ୍ଯେ ବାଧିକାରସ୍ତୁ' ହେବ ଏକମାତ୍ର ଗୁରୁ ,

ଏହି ମହାମନ୍ତ୍ର ଘେନି

ଫୋପାଡି ଅଳସ ବେଗେ ନିଜ ଅନ୍ତରରୁ |


ସଫଳତା ଚରଣ ଚୁମିବ

ଠିକ୍ ଯାହା…

ଏଗାର ଓ ତେୟାଅଶି ମସିହାର

ନିଶ୍ଚେ ହେବ ପୁନଃଚକ୍ରଣ ,

ଶୁଭ କାମନାରେ ଏଠି

ଆମେ ସବୁ ଶତମୁଖ

ଆଉ ଝାଞ୍ଜିଖରାରେ

ରିମ୍ ଝିମ୍ ବରଷାର

ଆବାହନ ସାଥେ ପାଳିବୁ ପାର୍ବଣ |


Rate this content
Log in

Similar oriya poem from Inspirational