STORYMIRROR

Sananda Tripathy

Inspirational

3  

Sananda Tripathy

Inspirational

ପ୍ରତ୍ୟେକ ଶିଶୁର ପ୍ରଥମ ଗୁରୁ

ପ୍ରତ୍ୟେକ ଶିଶୁର ପ୍ରଥମ ଗୁରୁ

1 min
245

ପ୍ରତ୍ୟେକ ଶିଶୁର ପ୍ରଥମ ଗୁରୁ ଯେ

   ଅଟନ୍ତି ତା ପିତାମାତା

ଗୁରୁଙ୍କ ଆଶିଷ ବିନା ଜୀବନରେ

   ମିଳେନାହିଁ ସଫଳତା ।।

ପାଞ୍ଚ ବର୍ଷଯାଏ ମାଆ କୋଳେ ରହି

   ପଢ଼ିଥାଏ ଶିଶୁ ପାଠ

ଏହି ଶିକ୍ଷା ତାକୁ ଉତ୍ତମ ମଣିଷ

   ହେବାକୁ ଦେଖାଏ ବାଟ ।।

ପିତାମାତା ଠାରୁ ନୈତିକତା ଶିକ୍ଷା

    ଶିଶୁ ଯେବେ ଲଭିଥାଏ

ଏହି ଶିକ୍ଷା ତାକୁ ଘନ ଅନ୍ଧକାରେ

   ଆଲୋକ ଦେଖାଇଥାଏ ।।

ପିତାମାତା ଙ୍କର ପ୍ରତ୍ୟେକ କାର୍ଯ୍ୟ ରୁ

   ଶିଶୁ ଲଭଇ ପ୍ରେରଣା     

ହାରେ ନାହିଁ କେବେ ଜୀବନରେ ସିଏ

   ହୁଏନାହିଁ ବାଟବଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational