STORYMIRROR

Sananda Tripathy

Tragedy

4  

Sananda Tripathy

Tragedy

ଅଭାଗା ପିତା

ଅଭାଗା ପିତା

1 min
236


ଭାବିଥିଲି ମୁହିଁ ତୋହରି କାନ୍ଧରେ

         ମଶାଣି ଭୂଇଁ କି ଯିବି

ଠକି ଦେଇ ମତେ ଚାଲିଗଲୁ ବାପ

       କେମିତି ବଞ୍ଚିବି ଆଜି ।।

ଛୋଟବେଳୁ ମୋତେ କଥା ଦେଇଥିଲୁ

          କାନ୍ଧରେ ବୋହିବୁ ମତେ

ଉଠୁନାହୁଁ କିଆଁ ନିଦରୁ ମୋ ଧନ

        ଉଠାଉଛି ମୁହିଁ ଯେତେ ।।

ସବୁ ସ୍ୱପ୍ନ ମୋର ଧୂଳିସାତ ହେଲା

         ମୋ କାନ୍ଧେ ନେଉଛି ତତେ

ସବୁ ବଳ ମୋର ଭାଙ୍ଗିଗଲା ବାପ

        କେମିତି ଫେରିବି ସତେ ।।

ତୋ ମୁହଁ ଚାହିଁଲେ ସାତ ସିଂହ ବଳ

          ଆସୁଥିଲା ଦେହେ ମୋର

ତୋ ଶବ ଦେଖିଲେ ଶରୀର ରକତ

         ଝରୁଅଛି ଝର ଝର ।।

କେମିତି ମୁଖାଗ୍ନି ଦେବିରେ ଧନ ମୁଁ

          ଛାତି ହୁଏ ଖଣ୍ଡ ଖଣ୍ଡ

ତୋ ବିନାରେ ଧନ ଘନ ଅନ୍ଧକାର

         ଦିଶୁଛି ସାରା ବ୍ରହ୍ମାଣ୍ଡ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy