STORYMIRROR

Sananda Tripathy

Romance

3  

Sananda Tripathy

Romance

ସୂର୍ଯ୍ୟ, ଚନ୍ଦ୍ର ଓ ପ୍ରେମିକ

ସୂର୍ଯ୍ୟ, ଚନ୍ଦ୍ର ଓ ପ୍ରେମିକ

1 min
215


ପ୍ରେମ ମାନେ ନାହିଁ ବାଧା ଓ ବନ୍ଧନ

   ମାନେ ନି ଜାତି ଅଜାତି

ପ୍ରଥମ ଦେଖାରେ ହୋଇଯାଏ ପ୍ରେମ

   ମିଳିଲେ ମନର ସାଥି ।।


କାହିଁ କେତେଦୂରେ ନୀଳ ଗଗନରେ

   ରହିଥାଏ ସୁଧାକର

ନୀଳ କଇଁ ସହ ହୋଇଥାଏ ପ୍ରେମ

   ଥାଇ ମର୍ତ୍ତ୍ୟ ମଣ୍ଡଳର ।।


ଅରବିନ୍ଦ ପୁଣି ଜଳ ମଧ୍ୟେ ଥାଇ

   ଚାହିଁ ରହେ ଦିବାକର

ପ୍ରସ୍ଫୁଟିତ ହୁଏ ତାପରେ ପଡ଼ିଲେ

   ଦିନକରଙ୍କର କର ।।


ଜଣକ ଶରୀରେ କ୍ଷତ ସୃଷ୍ଟି ହେଲେ

   ଅନ୍ୟ ଜଣ କଷ୍ଟ ପାଏ

ହୃଦୟ ସହିତ ହୃଦୟ ର ଯଦି

   ପ୍ରକୃତ ମିଳନ ଥାଏ ।।


ପ୍ରକୃତ ପ୍ରେମିକ ତାକୁ ହିଁ କହିବା

  କରିଥାଏ ଯିଏ ତ୍ୟାଗ

ଯେତିକି ଆନନ୍ଦ ତ୍ୟାଗ ଦେଇଥାଏ

   ଦେଇ ନ ପାରଇ ଭୋଗ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance