STORYMIRROR

Sananda Tripathy

Inspirational Others

3  

Sananda Tripathy

Inspirational Others

କେମିତି ଭୁଲିବି

କେମିତି ଭୁଲିବି

1 min
148

କେମିତି ଭୁଲିବି ତତେ ଗୋ ଜନନୀ

ଜନମ ଦେଇଛୁ ମତେ

ଦଶମାସ ଗର୍ଭେ ଧରିଅଛୁ ମା’ ଗୋ

ଯାତନା ପାଇଛୁ କେତେ ।

କେମିତି ଭୁଲିବି ତତେ ଗୋ ଜନନୀ

ଦେଇଛୁ ବକ୍ଷ ଅମୃତ

ସେ ଅମୃତ ପାନ କରି ଆଜି ମୁହିଁ

ହୋଇଛି ବଡ଼ ମଣିଷ ।

କେମିତି ଭୁଲିବି ତତେ ଗୋ ଜନନୀ

ପାଳନ କରିଛୁ ମତେ

ଶୁଖାରେ ଶୁଆଇ ଓଦାରେ ଶୋଇଛୁ

ମାଘ ମାସ ଜାଡ ଶୀତେ ।

କେମିତି ଭୁଲିବି ତତେ ଗୋ ଜନନୀ

ବିପଦେ ହୋଇଛୁ ସାହା

ଧର୍ଯ୍ୟ ଓ ସାହାସ କରିଛୁ ପ୍ରଦାନ

ଦେଖାଇଛୁ ମତେ ରାହା ।

କେମିତି ଭୁଲିବି ତତେ ଗୋ ଜନନୀ

ଦେଇଛୁ ସେନେହ ଯେତେ

ସାତୋଟି ଜନମ ନେଲେବି ତୋ ଋଣ

ଶୁଝି ପାରିବିନି ସତେ ।


Rate this content
Log in

Similar oriya poem from Inspirational