ବିଚିତ୍ର ଦୁନିଆଁ
ବିଚିତ୍ର ଦୁନିଆଁ
ବିଚିତ୍ର ଦୁନିଆଁ ବିଚିତ୍ର ଏ ମନ
କ୍ଷଣକେ ବଦଳି ଯାଏ
କାଲି ଯେଉଁ ବାପା ମଣିଷ କରିଲା
ଆଜି ବୃଦ୍ଧାଶ୍ରମ ଗଲା।
ଶିକ୍ଷାର ବିକାଶ ଶିକ୍ଷାର ଉନ୍ନତ
ଏମିତି ଆଗେଇ ଗଲା
ପିତା ମାତାଙ୍କ ର ଦାୟିତ୍ବ ନ ନେଇ
ଆଶ୍ରମରେ ଛାଡି ଦେଲା।
ସାହାରା ହେବାକୁ ଯାହାକୁ ଭାବିଲା
ସିଏ ବୁଝେ ନାହିଁ ମନ
ଉପାର୍ଜନ ଦିଗେ ଧାଇଁ ଯାଉ ଥାଏ
ବଢ଼ାଇବା ପାଇଁ ଧନ।
ପାଳି ପୋଷି ଯିଏ ମଣିଷ କରିଲା
ପର କରି ସିଏ ଦେଲା
ନିଜ ପୁଅ ଝିଅ କୋଳ ରେ ବସାଇ
କରୁ ଥାନ୍ତି ଦେ ଗେହ୍ଲା।
ସମୟ ଆସିବ ଦିନ ବଦଳିବ
ତାଙ୍କ ପିଲା ବଡ଼ ହେବ
ବୃଦ୍ଧ ଆଶ୍ରମରେ ନେଇ ସେ ଛାଡ଼ିବା
ନିର୍ଦ୍ଵନ୍ଦରେ କରିଦେବ।
ବେଳ ଥାଉ ଥାଉ ବୁଝି ଯାଆ ସବୁ
କରୁ ଥିବା ତାଙ୍କ ସେବା
ଦୁନିଆରେ ସର୍ବ ଆଦର ପାଇବା
ତାଙ୍କୁ ଭଲ ମନ୍ଦ ଦେବା।
ଗୁରୁ ଗୁରୁଜନ ସେବା କରୁଥିବା
ତାଙ୍କୁ ପାଉଥିବା ଭଲ
ତାଙ୍କରି ଆଶିଷ ଆମ ପାଶେ ଥିଲେ
ଆଗକୁ ବଢ଼ି ଚାଲିବା।
