ସ୍ଵର୍ଗାଦପୀ ଗରୀୟସି
ସ୍ଵର୍ଗାଦପୀ ଗରୀୟସି
ପିତୃମାତୃ ଭକ୍ତି କରହେ' ସନ୍ତତି
ପ୍ରାପ୍ତହେଵ ସୁଖଭୋଗ ,
ନୈତିକତା ବୋଧ କରହେ'ପୋଷଣ
ସମାଜ ସାଜିବ ସଙ୍ଗ ! !
ଚଳନ୍ତି ପ୍ରତିମା ଆମ ପିତାମାତା
ଈଶ୍ଵରୀୟ ଅଂଶୀଦାରି ,
ସୁରମ୍ୟ ସୃଷ୍ଟିର ରମ୍ୟ ଉପହାର
ସୂର୍ଯ୍ୟ ଚନ୍ଦ୍ରମା'ଙ୍କ ପରି ! !
ସରଗଠୁ ବଡ଼ ଆମ ପିତୃଦେବ
ପୃଥିବୀଠୁ ବଡ଼ ମାତ ,
ବିଶାଳ ହୃଦୟ ଦୁହିଁଙ୍କର ସତ୍ୟ
ଶାବକର ମନମିତ ! !
ସର୍ବ କାମନାରେ ଶାବକ ସର୍ବାଗ୍ରେ
ଆଖିର ରତନ ଜ୍ୟୋତି ,
କିବା ଦିନରାତି ଦ୍ଯନ୍ତି ଏକାକରି
ଆଧାର ଯୋଗାଡେ ପ୍ରୀତି ! !
ମାଆ ଜନ୍ମଦାତ୍ରୀ ସୁଖ ପ୍ରଦାୟିନୀ
କେତେବଡ଼ ତା'ର ତ୍ୟାଗ
ଦଶମାସ କାଳ ଗର୍ଭେକରି ଭାର
କରିଛି କଷଣ ଭୋଗ ! !
ଏ'ରମ୍ୟ ସୃଷ୍ଟିକୁ ଆଣିଛି ଆମକୁ
ଧନ୍ୟତା ହୃଦୟ ଚିତ୍ତ ,
ବକ୍ଷରୁ ଅମୃତ ସମର୍ପିଛି ସେ'ତ
ମନଭାବନା'ର ମିତ ! !
ମାଆ ଚିହ୍ନେ ପେଟ ନକରି ଆକଟ
କରେ ନାହିଁ କେବେ କଳି ,
ପରଷି ଦିଅଇ ଖାଦ୍ୟ ଭଳିଭଳି
କ୍ଷୁଧାଜ୍ଜ୍ଵଳା ଯାଏଟଳି ! !
ପିତା ଶିରୋମଣି ଗୁମୁରି କାନ୍ଦଇ
ସନ୍ତାନତା ଗୁଣମଣି ,
ଉଚ୍ଛୁର ହେଲାଣି ଆସି ନାହିଁ ମଣି
ବାରବାର ହୁଏଗୁଣି ! !
ମାତା ଗର୍ଭଧାରୀ ହୁଏନି ସମ୍ଭାଳି
ଅପଲକେ ଚାହିଁଥାଏ ,
କୁଳର ନନ୍ଦନ ଆଖିର ସପନ
ଦୂରୁଦେଖି ହସିଦିଏ ! !
ରୋଗଶୋକ ବେଳେ ରହେ ଉଜାଗରେ
ଆହାକିତା ସେବାନିଶା ,
ନିଃସ୍ଵାର୍ଥପର ହୃଦୟ ତାହାର
ସଜାଡି ରଖେସେ' ବସା ! !
ପ୍ରେରଣାର ଉତ୍ସ ମାତାପିତା ଶ୍ରେଷ୍ଠ
ଆଦ୍ୟଗୁରୁ ପରମଂବ୍ରହ୍ମ ,
ନୈତିକତା ଶିକ୍ଷା ତାଙ୍କ ମନବାଞ୍ଛା
ସଂସ୍କାରିତ ହେଉ ପୁତ୍ର ! !
ଶିକ୍ଷାଦୀକ୍ଷା ଲଭି ସନ୍ତାନ ସନ୍ତତି
ସମାଜ କଲ୍ୟାଣ କରୁ ,
ଦେଶ ମାତୃକାର ସାଜୁ ଯୋଗ୍ୟବର
ବାକ୍ୟରୁ ଅମୃତ ଝରୁ ! !
କୋମଳ ପାଦରେ ଚାଲିଛେ ସତରେ
ମାତାପିତା ହାତଧରି ,
ପଡିଯିବା ଭୟ ନଥିଲା ଆମର
ବିଶ୍ଵାସେ ଭରଷା କରି ! !
ସେଇ ବିଶ୍ଵାସକୁ ସମ୍ମାନ ଦେବାକୁ
ପିତାମାତା ସେବାକର ,
ସନ୍ତାନ ସନ୍ତତି ଭବିଷ୍ୟତ ନିଧି
ଝରିବ ଅମୃତ ନୀର ! !
