STORYMIRROR

MADHU MITA

Inspirational

3  

MADHU MITA

Inspirational

ଭିକାରୀ ବି ଦେଖିପାରେ ସ୍ଵପ୍ନ

ଭିକାରୀ ବି ଦେଖିପାରେ ସ୍ଵପ୍ନ

1 min
205


ଭିକାରୀ ବି ଦେଖିପାରେ ସ୍ଵପ୍ନ


ଫୁଙ୍ଗୁଳା ଦେହର ଦାରୁଣ ଦୁଃଖ

ଭୋକିଲା ପେଟର କେତେ ଯେ ଶୋକ

ଖାଲି ପେଟ ସହ ଦେହର ଭୋକ

ଜୀବନ ଏଠି ହୀନ ବଡ ଛାରପୋକ ।।


ହନ୍ତସନ୍ତ ଜୀବନ କଲବଲ ପ୍ରାଣ

ଭୋକ ଜ୍ଵାଳା ସହ ସୁସ୍ୱାଦୁ ଆଘ୍ରାଣ

ଫୁଟପାଥ ପରି ଅପନ୍ତରା ଜାଗାରେ

କେତେ ଦୁଃଖ ନେଇ ବସେ ଚିନ୍ତାରେ ।।


ଯେଉଁଦିନ ଟିକେ ଖାଦ୍ୟଟା ମିଳଇ

ଜୀବନ ସୁନ୍ଦର ଦିଶଇ ତା ପାଇଁ

ନ ହେଲେ ଭୋକରେ ମଉଳି ଯାଏଁ

ମୁହଁ ତାର ପୁରା ଶୁଖିଲା ହୁଏ ।।


ରେଳରେ ଆସନ୍ତି ଯାଆନ୍ତି ଲୋକ

ଭିକାରୀ ଦେଖିଲେ ହୋଇ ଅଟକ

ଦିଅନ୍ତି ଖୁଚୁରା ରେଜା ପଇସା

ଭିକ ମଗା କି ସତେ ଏକ ବେଉସା ।।


ମନ ଦୁଃଖ ତାର ବହୁତ୍ ହୁଏ

ନିଜ ଜୀବନକୁ ଛିଃ ସେ କୁହେ

ଏ କି ଜନ୍ମ ଯାହା ପରାଶ୍ରିତ ଅଟେ

ବଞ୍ଚିବା ମରିବା ଏକା କଥା ସତେ ।।


ସପନ ତଥାପି ଆଖିକୁ ତା ଆସେ

ଦୁନିଆରେ ସେ କିଛି କରିବ ନିଶ୍ଚେ

ଜାଣିନି ସେ କିଏ କାହାରି ସନ୍ତାନ

ମା ବାପ କିଏ କିଏ ସେ କାହାର ଧନ ।।


ଆଖି ଖୋଲିଲାଠୁଁ ଷ୍ଟେସନରେ ଅଛି

ଏମିତି ଜୀବନ ସେ ବଂଚି ଚାଲିଛି

ହଠାତ୍ ନିଜ ସ୍ବପ୍ନ ଆପଣା ଲାଗିଲା

କାମ କରିବାକୁ ମନ ତା ବଳିଲା ।।


ଛୋଟ ମୋଟ କାମ ସେ କରି ଚାଲିଲା

ସ୍ଵପ୍ନ ଦେଖା ତାର ଆହୁରି ବଢିଲା

ଖାଇବା ପିନ୍ଧିବା ଯୋଗାଡ ସରିଲା

ଘର ସ୍ବପ୍ନ ନେଇ ସେ ଆଗକୁ ବଢିଲା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational