ରଜ ମଉଜ
ରଜ ମଉଜ
ରଜ ରଜ ରଜ ରଜ
କୁମାରୀ ମାନଙ୍କ ରାଜ
ସମସ୍ତେ ହୁଅନ୍ତି ସଜ
ସେହି ପରବଟି ରଜ l
ରଜ ପର୍ବରେ ପୋଡପିଠା
ଲାଗେ ଭାରି ସୁଆଦିଆ
ରଜ କରେ ମୋ ଭାଉଜ
ସେହି ପରବଟି ରଜ l
ସମସ୍ତଙ୍କ ନୂଆ ପୋଷାକ
ଦିଶୁଥାଇ ଝକମକ
ସବୁ କରନ୍ତି ମଉଜ
ସେହି ପରବଟି ରଜ l
ବନ୍ଧା ହୋଇଥାଏ ଦୋଳି
ସମସ୍ତେ ଖେଳନ୍ତି ମିଳି
କମ୍ପିଉଠେ ସାରା ରାଇଜ
ସେହି ପରବଟି ରଜ l
ରଜ ପୂର୍ବ ଦିନ ସଜ
କୁମାରୀଙ୍କ ସଜବାଜ
ସଜ ହୁଏ ପୁଣି ରାଜାଙ୍କ ଗଜ
ସେହି ପରବଟି ରଜ l
କୁମାରୀ ଗାଆନ୍ତି ଗୀତ
ସାହାଯ୍ୟ କରେ ସଙ୍ଗାତ
ସମସ୍ତେ ମନାନ୍ତି ମଉଜ
ସେହି ପରବଟି ରଜ l
