ରଥ ଯାତରା
ରଥ ଯାତରା
ଶ୍ରୀ ଜୀଉଙ୍କ ଦରଶନ
ମିଳିଥାଏ ବରଷକେ ଗୋଟେ ଦିନ
ସେହି ଦିନକୁ ସମସ୍ତେ ରୁହନ୍ତି ଚାହିଁ
ସେ ପରା ମୋ କଳା ଗୋସେଇଁ l
ଜଗା ପାଶେ ସର୍ବେ କରନ୍ତି ଅଳି
ଅହଂକାର ସବୁ ଦିଅନ୍ତି ଜାଳି
ସେହି ଏକା ସମସ୍ତଙ୍କ ଆସରା
ପରବର ନାଁ ରଥଯାତରା l
ତାଳଧ୍ବଜେ ବଳଭଦ୍ର ଯେ ବସନ୍ତି
ଦେବଦଳନରେ ସୁଭଦ୍ରା ମାଆ
ସମସ୍ତେ କହନ୍ତି ଦେଖେରେ ବାପା
ନନ୍ଦିଘୋଷେ ଛନ୍ତି ଜଗା କାଳିଆ l
ଆଗେ ଆଗେ ବଳଭଦ୍ର
ମଧ୍ୟେ ମାଆ ସୁଭଦ୍ରା
ପଛରେ ଥାଏ ମୋ କାଳିଆ
ସତରେ ସେ ଭାରି ନାଟଖଟିଆ l
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ସମସ୍ତେ ପକାନ୍ତି ହୁରି
ନନ୍ଦିଘୋଷ ମଧ୍ୟେ କେଡେ ସୁନ୍ଦର ସେ
କାଳିଆ ରଜା ମୋହରି l
