STORYMIRROR

Nimain charan NAYAK

Inspirational

3  

Nimain charan NAYAK

Inspirational

ମୋ ଗାଁଆ

ମୋ ଗାଁଆ

1 min
365

ଯେଉଁଠାରେ ମୁଁ ଜନମ ନେଇଛି

ଯାହାକୋଳରେ ମୁଁ ଜୀବନ ଜୀଇଁଛି 

ଯେଉଁଠି ଅଛନ୍ତି ମୋ ବାପା ମାଆ

ସେଇଟି ମୋହର ଗାଁଆ |


ସେଠାକାର ପାଣି ପବନ

ପୁଣି ସେଠାର ପାହାଡ ବଣ

ଯେଉଁଠି ବହଇ ମଧୁର ବାଆ

ସେଇଟି ମୋହର ଗାଁଆ |


ଅଛି ଯହିଁ ନାଳ ନଦୀ

ପୋଷାକ ଯାହାର ଖଦି

ନାଉରି ଚଳାଏ ନାଆ

ସେଇଟି ମୋହର ଗାଁଆ |


 କେବେ ହେଲେ ଗଣ୍ଡଗୋଳ

ଗାଁଆ ଲୋକ ହୁଅନ୍ତି ମେଳ

ପୁରା ଗାଁଆ ହୁଏ ସାହା

ସେଇଟି ମୋହର ଗାଁଆ |


ଯହିଁ ଛନ୍ତି ମୋର ପରିବାର

ସମସ୍ତେତ ଭାରି ପାରିବାର

ଅଛନ୍ତି ସେଠି ମୋ ଜେଜେ, ମାଆ 

ସେଇଟି ମୋହର ଗାଁଆ |


ଗାଁଆରେ ଆମର ଅଛି ମନ୍ଦିର

ନାହିଁ ସେଠି ପାତର ଅନ୍ତର

ସ୍ୱାଧୀନ ସମସ୍ତେ ନାହାନ୍ତି ରଜା

ସେଇଟି ମୋହର ଗାଁଆ |


ଗାଁଆଟି ଆମର ଭାରି ସୁନ୍ଦର 

କେହି ନୁହେଁ ପରା ସରି ତାହାର 

ଦୁଃଖରେ ସୁଖରେ ସାହା 

ସେଇଟି ମୋହର ଗାଁଆ ।


Rate this content
Log in

Similar oriya poem from Inspirational