ବାପା
ବାପା
କିଏ ହେବ ବାପାଙ୍କ ପରି
ସିଏତ ନମସ୍ୟ ଆମରି
ଆମେତ ତାଙ୍କ ପୂଜାରୀ
କିଏ ହେବ ବାପାଙ୍କ ପରି l
ନିଜ ପେଟ କାଟି
ଆମକୁ ପୋଷନ୍ତି
କିଏ ହେବ ତାଙ୍କ ସରି
କିଏ ହେବ ବାପାଙ୍କ ପରି l
ଭଗବାନ ଠାରୁ ବଢ଼ିକି
ନାହିଁ କେହି ତାଙ୍କ ସରିକି
ସମସ୍ତେ ଋଣୀ ତାଙ୍କରି
କିଏ ହେବ ବାପାଙ୍କ ପରି l
ନିଜ ଲୁହ ନିଜେ ପିଇ ହୁଅନ୍ତି ଦୁଃଖୀ
ଆମକୁ ରଖନ୍ତି ସୁଖୀ
ବାପା ଥାଆନ୍ତୁ ସମସ୍ତଙ୍କରି
କିଏ ହେବ ବାପାଙ୍କ ପରି l
