ମାଆ
ମାଆ
ମାଟି ଠାରୁ ଆକାଶ ପର୍ଯ୍ୟନ୍ତ
ଦୁଇଟି ଅକ୍ଷରେ ନାଆ
ଗୋଟିଏ ମା' କୁ ଅନ୍ୟଟି ଆ '
ସେ ଆମରି ମାଆ l
ନିଜେ ଭୋକେ ରହି
ଆମକୁ ଖୁଆଏ
ଜାଣିଛ କି ତାର ନାଁଆ
ସେ ଆମରି ମାଆ l
ଯେ ଆମ ଅଳି ଅଝଟ ଶହେ
କାନ୍ଦିଲେ ଯେ ଆମକୁ ବୁଝାଏ
ଡାକେ ଜହ୍ନ ମାମୁଁ ଆ
ସେ ଆମରି ମାଆ l
ଦୁଃଖରେ ସେ ଥାଏ
ସୁଖରେ ସେ ଥାଏ
ତା ବିନା କେହି ନ ଥାଏ ସାହା
ସେ ଆମରି ମାଆ l
