STORYMIRROR

Nimain charan NAYAK

Inspirational

4  

Nimain charan NAYAK

Inspirational

ପ୍ରଭୁ ଜଗନ୍ନାଥ

ପ୍ରଭୁ ଜଗନ୍ନାଥ

1 min
284

ସେ ଅନାଥର ନାଥ

ପଥିକର ପଥ

ନାହିଁ ତାଙ୍କ ଆଦି ଅନ୍ତ

ସେ ପ୍ରଭୁ ଜଗନ୍ନାଥ l


ସମସ୍ତେ ତ କୁହନ୍ତି

କେମିତି ସେ ସାହାଯ୍ୟ କରିବେ

ନାହିଁ ପରା ତାଙ୍କ ହାତ

ସେ ପ୍ରଭୁ ଜଗନ୍ନାଥ l


ପ୍ରଭୁ ସେ ଜଗତର

ସେ ସାହାରା ଗରିବର

କେହି ନାହିଁ ଏଠି ଅନାଥ

ତାଙ୍କ ସାହା ଜଗନ୍ନାଥ l


ପାଣି ପବନ ଯାହାର

ମଣିଷ ମଧ୍ୟ ତାହାର

ଯାହା ପାଇଁ ଆମେ ଚାଲୁଛୁ ବାଟ

ସେ ପ୍ରଭୁ ଜଗନ୍ନାଥ l


ସମସ୍ତଙ୍କୁ ସେ ଜନ୍ମ ଦେଇଛନ୍ତି

ସମସ୍ତଙ୍କୁ ମଧ୍ୟ ବଢ଼େଇଛନ୍ତି

ତାଙ୍କ ସ୍ନେହର ନାହିଁ ଅନ୍ତ

ସେ ପ୍ରଭୁ ଜଗନ୍ନାଥ l


ଜଗା ଜଗା ବୋଲି ସମସ୍ତେ ଜାଣନ୍ତି

ଦୁଃଖରେ ତାଙ୍କ ଶରଣ ପଶନ୍ତି

କୁହନ୍ତି ସେ ଭାରି ନଟଖଟ

ସେ ପ୍ରଭୁ ଜଗନ୍ନାଥ l


ସେ ସାହା ସୁଖୀର

ସେ ସାହା ଦୁଃଖୀର

କେହି ବୁଝି ପାରନ୍ତି ନାହିଁ ତାଙ୍କ ନାଟ

ସେ ପ୍ରଭୁ ଜଗନ୍ନାଥ ।


Rate this content
Log in

Similar oriya poem from Inspirational