Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nimain charan NAYAK

Inspirational

3  

Nimain charan NAYAK

Inspirational

ଦୁର୍ଗା ପୂଜା**********

ଦୁର୍ଗା ପୂଜା**********

1 min
303


ଘଣ୍ଟଘଣ୍ଟା ହୁଳହୁଳି 

ମାଆ ପାଶେ କରି ଅଳି

ସମସ୍ତଙ୍କର ସେ ସାହା

ସେ ମୋ ଦୁର୍ଗା ମାଆ l


ଗରିବକୁ କହେ ଆହା

ଦୁଃଖୀର ପୁଣି ସେ ସାହା

ଶତୃଙ୍କ କରେ ସଂହାର

ଦୁର୍ଗା ମାଆ ମୋହର l


କନିଆଁ ସାଙ୍ଗକୁ ବର

ମାସ ଥାଏ ଅକ୍ଟୋବର

ପାର୍ବଣ ପାଳନ୍ତି ସମସ୍ତେ ମିଶି

ମାଆକୁ ଦେଖିଲେ ହୁଅନ୍ତି ଖୁସି l


ପୃଥିବୀର ଅଛି ଅକ୍ଷ

ହୋଇଥାଏ ଶୁକ୍ଳପକ୍ଷ

ଭାଦ୍ରବ ପରେ ଆସେ ସେହି ଦିନ

ମାସଟି ହେଉଛି ଆଶ୍ୱିନ l


ମନକଥା ମନେ ରଖି

ହୋଇ ସମସ୍ତେ ସୁଖୀ

ମାଆଙ୍କର ସ୍ନେହ ଯାଏନା କମି

ତିଥିଥାଏ ଆଶ୍ୱିନ ଶୁକ୍ଳ ଦଶମୀ l


ମାଆ ମାଆ ବୋଲି ଡାକିଲେ

ନିଷ୍ଠାରେ ତାହାର ପୂଜା କଲେ

ପ୍ରସନ୍ନ ହୋଇ ଦିଏ ସେ ଦେଖା

ସେ ମୋ ଦୁର୍ଗା ମାଆ l



Rate this content
Log in

Similar oriya poem from Inspirational