ଯୌଥ ପରିବାର
ଯୌଥ ପରିବାର
ହଜିତ ଗଲାଣି ଯୌଥ ପରିବାର
ଓଡ଼ିଶା ମାଟିରୁ ଆମ ,
ବୁଝି ପାରୁନାହିଁ ଏବର ମଣିଷ
ସେଥିରୁ ମିଳେ କି ପ୍ରେମ ?
ସାରା ପରିବାର ଏକତ୍ର ଖାଇବା
ବୁଲିବା ବସିବା ସାଥେ ,
ମଜା ତା ନିଆରା ବର୍ଣ୍ଣିବାକୁ ଭାଷା
ଖୋଜିଲେ ମିଳୁନି ମୋତେ ।
ନିଜ ମଧ୍ୟେ ସୁଖ ଦୁଃଖ ବଣ୍ଟା ବଣ୍ଟି
ଶାନ୍ତି ମିଳେ ହୃଦୟକୁ ,
ଏବେ ତ ମଣିଷ ପ୍ରାଧାନ୍ୟ ଦେଉଛି
ଭାରିଯା ଓ ସନ୍ତାନକୁ ।
ଗହଳି ଲାଗଇ ବିଷମ ଜଞ୍ଜାଳ
ଶାନ୍ତି ଛୋଟ ପରିବାରେ ,
ଭାବୁଛି କାହିଁକି ଏକତ୍ରିତ ରହି
ପଡ଼ିବି ମୁଁ ଅଡ଼ୁଆରେ ।
ବିପଦେ ତୁମର ଠିଆ ହେବେ ପାଶେ
ତୁମ ପୁରା ପରିବାର ,
ସ୍ଵାର୍ଥପର ହୋଇ ଅଲଗା ରହିଲେ
ଆପଣା ହୋଇବେ ପର ।
ଖଣ୍ଡିଏ ଲାଠିକୁ ଭାଙ୍ଗିବା ସହଜ
ବିଡ଼ାଏ ଭାଙ୍ଗିବା କଷ୍ଟ ,
ପରିବାରେ ମିଳିମିଶି ରହୁଥିଲେ
ହେବନି ତୁମ ଅନିଷ୍ଟ ।
ତେଜି ମନୁ ସ୍ବାର୍ଥ ରହିବା ଏକତ୍ର
ଏକ ଛାତ ତଳେ ସର୍ବେ ,
ଆମ ବାପା ଦାଦା ଜେଜେ ଓ ଜେଜୀମା
ରହୁଥିଲେ ଯେହ୍ନେ ପୂର୍ବେ ।
