STORYMIRROR

MADHU MITA

Inspirational

3  

MADHU MITA

Inspirational

ଦେବଦାସୀର ଦିବ୍ୟ ସ୍ୱପ୍ନ

ଦେବଦାସୀର ଦିବ୍ୟ ସ୍ୱପ୍ନ

1 min
181

ନିଜକୁ ସଜେଇ ରଙ୍ଗରେ ରଙ୍ଗେଇ…

ନାନା ଭଙ୍ଗୀ ସହ ଅଙ୍ଗଭଙ୍ଗୀ ନେଇ…

ବାନ୍ଧେ ସେ ପାଦରେ ବାଜେଣି ନୁପୁର…

ଗଭାରେ ତାହାର ମଲ୍ଲୀ ଫୁଲର ସମ୍ଭାର…

ପିଲାଟି ଦିନରୁ ସପନ ଦେଖଇ…

ନିତ୍ୟ ରାସଲୀଳା କରିବାର ପାଇଁ…

ତାହାର ଜୀବନ ସମର୍ପି ଥାଏ ସେ…

ନୃତ୍ୟ ଗୀତ ଗାଇ ଆନନ୍ଦରେ ହସେ…

ରାତ୍ରୀର ନିରୋଳା ପରିବେଶ ନାଚେ…

ଯେବେ ସେ ଘୁଙ୍ଗୁରକୁ ବାନ୍ଧି ପହୁଞ୍ଚେ…

ଦୁନିଆଟା ନିଦ କୋଳରେ ହଜିଲେ…

ଆଗେଇ ଆସେ ସେ ମନର ଚଞ୍ଚଳେ…

କେହି କୁହେନାହିଁ ବୁଝେଇ ତାହାକୁ…

ବରଣ କରେ ସେ ସପ୍ରେମେ ଯାହାକୁ…

ତାହାରି ଆଖିରେ ହଜିଯାଏ ପୁରା…

ତା ଆଗରେ ଶୂନ୍ୟ ଲାଗେ ତାକୁ ଧରା…

ଯୌବନ ତାହାର ତାକୁ ସମର୍ପିତ…

ଯା ପାଇଁ ନିଃଶ୍ୱାସ ନିଏ ଏ ଜଗତ…

ମଥାରେ ସେ ପିନ୍ଧେ ତା ନାମରେ ସିନ୍ଦୂର…

ସୋହାଗିନୀ ସେ ଯେ କାଳିଆ ତା ବର…

ଦୁନିଆ ଜାଣଇ ଦେବଦାସୀ ବୋଲି ତାକୁ…

କାଳିଆ ନିଜର କରି ରଖିଛି ଯାହାକୁ…

କାଳିଆ ଛଡ଼ା ସେ ଜାଣେନା କାହାକୁ…

କାଳିଆର ପଦେ ହଜେଇଛି ନିଜକୁ…

ଜାଣେନା ସେ ସୁଖ ସଂସାରର କଥା…

ମନେ ତାର ନାହିଁ କିଛି ବାକି ବ୍ୟଥା…

ତା ସ୍ୱପ୍ନ ତା ସତ୍ୟ କେବଳ ସେ କାଳିଆ…

ଯାହା ପାଇଁ ସେ ଜନ୍ମ ନେଇ ହୁଏ ବାଇଆ…

ଖୋଲା ଆଖିରେ ସେ ଦେଖୁଥାଏ ସ୍ୱପ୍ନ…

କାଳିଆ ଦିନେ ତାକୁ ଦେବ ସାକ୍ଷାତ ଦର୍ଶନ…

ହାତ ବଢ଼େଇ ତାକୁ ନିଜର କରିବ…

ସେଦିନ ଜୀବନ ତାର ସାର୍ଥକ ହୋଇବ…



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational