STORYMIRROR

Pratima Satpathy

Inspirational Others

4  

Pratima Satpathy

Inspirational Others

ମନୁଷ୍ୟ ଜୀବନ କରିବା ସାର୍ଥକ

ମନୁଷ୍ୟ ଜୀବନ କରିବା ସାର୍ଥକ

1 min
377


ମନୁଷ୍ୟ ଜନମ ପାଇଅଛେ ଆମେ

   କେତେ ଯେ ତପସ୍ୟା କରି

ଜୀବନ ଆମର କରିବା ସାର୍ଥକ

   ସେବା ମନ ବୃତ୍ତି ଧରି ।


ସୁକର୍ମ, ସୁଗୁଣ ସମାଜ କ୍ଷେତ୍ରରେ

   କରଇ ଯେ ବିତରଣ

ମନୁଷ୍ୟ ଜନମ ପାଇବା ତାହାର

   ହୋଇଯାଏ ଧନ୍ୟ ଧନ୍ୟ ।


କର୍ମମୟ ଏହି ଜୀବନରେ ଆମେ

   ଯିବା ଭଲ କର୍ମ କରି

ଯାହା ଅରଜିଛେ କିଛି ନେବା ନାହିଁ

   ସବୁ ଯିବା ଛାଡ଼ିକରି ।


ସ୍ଵର୍ଣ୍ଣ ଲଙ୍କା ଗଢି ବିଶ୍ରବା ନନ୍ଦନ

   ତିନି ପୁର ଜୟ କରି

ମଲା ବେଳେକିଛି ନେଇଗଲା ନାହିଁ

    ଗଲା ଶୂନ୍ୟ ହାତ କରି ।


ଭଲ କାମ କଲେ ସୁନାମ ମିଳିବ

    ଜଗତେ ଯଶ ରହିବ 

କେତେବେଳେ କଣ ହୋଇବ କାହାର

   କିଏ ସେ କହି ପାରିବ ।


ଭଲ ମନ୍ଦ ଏହି ଦୁଇଗୋଟି ଶବ୍ଦ

  ଶୁଭିବ ମରଣ ପରେ 

ଆଉ ଯାହା ସବୁ ଥିବଟି ସଂସାରେ

  ବିଲୀନ କାଳ ଗର୍ଭରେ ।


ନୀୟତିର ଖେଳ ଅଟଇ ବିଚିତ୍ର

   ଜାଣି ଥାଆ ମନବାଇ

ତୁଣ୍ଡେ ଧରି ହରିନାମ ଭବସିନ୍ଧୁ 

     ଯିବୁ ତୁହି ପାର ହୋଇ ।


ଅସାର ସଂସାରେ ନାମ ଏକା ସାର

   ଆଉ ସବୁ ଅକାରଣ

ନାମ ରସ ପାନେ ହଜାଅ ମନକୁ

  ବସିବୁ ପରମ ଧାମ ।


Rate this content
Log in

Similar oriya poem from Inspirational