STORYMIRROR

Kabiratna Nutan Kumar Behera

Inspirational

4  

Kabiratna Nutan Kumar Behera

Inspirational

ମକର

ମକର

1 min
326

ଶେଷ ପୌଷର

   ପ୍ରବେଶେ ମାଘ ଶୀତ ଆଣି ଜୋର 

କଷ୍ଟ ଅପାର

    ସବୁରି ଦେହରେ ଟୋପି ଚାଦର।


ଚାଷୀ ଅସ୍ଥିର

    ଧାନ ଅମଳେ ନାହିଁ ତା' ନିସ୍ତାର 

ଘର ସଂସାର

    କାର୍ଯ୍ୟ ବ୍ୟସ୍ତରେ ସବୁ ତରତର।


ଦେଇ ନଜର

     ପରବ ପାଳୁ ପାଇ ଅବସର 

ଗାଁ ରୁ ସହର

    ସାଜସଜ୍ଜା ନେଇ ଆସେ ମକର।


ଓଡ଼ିଆ ଘର

     ସବୁ ତ ହୁଏ ଉତ୍ସବ ମୁଖର 

ସପରିବାର

   ପାଳିନ୍ତି ଏକାଠି ହୋଇ ବିଭୋର।


ବାର ମାସର

    ତେର ପରବ ଦିଏ ଶୁଭ ଖବର 

ଯିଏ ନିଜର

   ଦୂର ଦେଶରୁ ଫେରି ଆସେ ଘର।


ଆପଣା ପର

    ଭୁଲି ଯାଏ କରି ଉଚ୍ଚ ବିଚାର 

ଗାଁ ରୁ ସହର

    ସାଜସଜ୍ଜା ନେଇ ଆସେ ମକର।


ମନ ପ୍ରାଣର

     ଭାବ ଭାବନା ସରସ ସୁନ୍ଦର 

ସମ୍ପର୍କ ଡୋର

   ବାନ୍ଧି ରଖେ ଦେଇ ମମତା ତାର।


ପର୍ବ ମକର

    ଏକତା ସଂହତି ଭାଇ ଚାରାର 

ଉଇଁ ଭାସ୍କର

    ଉତ୍ତର ଦିଗେ ଗତି କରେ ତା'ର।


ଉତ୍ତପ୍ତ କର

     ଢ଼ାଳି ଦିଏ ଖରା ଧରା ପୃଷ୍ଠର 

ଗାଁ ରୁ ସହର

    ସାଜସଜ୍ଜା ନେଇ ଆସେ ମକର।


ଶୀତ କାକର

    କମି ଯାଇ ତେଜ ହୁଏ ପ୍ରଖର 

ହୁଏ ମକର

    ଗଣ ପର୍ବ ଭାବେ ଜମେ ଆସର।


ନାଚ ଗୀତର

   ମାହୋଲ ଝୁମେ ଦୁଃଖ ହୁଏ ଦୂର 

ପୂଜି ଠାକୁର

    ଆଶୀର୍ବାଦ ମାଗୁ କରି ଜୁହାର।


ପର୍ବ ଆମର

   ଲାଘବ କରେ ଶ୍ରମ ହେଉ ତତ୍ପର 

ଗାଁ ରୁ ସହର

   ସାଜସଜ୍ଜା ନେଇ ଆସେ ମକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational