STORYMIRROR

Jagannath Barik

Inspirational

4  

Jagannath Barik

Inspirational

ସେହି ଦେଶର ଛୁଆରେ ଆମେ

ସେହି ଦେଶର ଛୁଆରେ ଆମେ

1 min
362

ସେହି ଦେଶର ଛୁଆରେ ଆମେ

     ସେହି ଦେଶର ଛୁଆ

ଫୁଲ ପରିକା କୋମଳ ମନ

    ଇସ୍ପାତ ପରି ହିଆ ।

ଭୋଗରେ ନୁହେଁ ତ୍ୟାଗରେ ଆମ

    ଆଦର୍ଶ ଆଜି ଥୁଆ

ପରୋପକାର ବ୍ରତ ଆମର

   ଧରମ ଆମ ନାଁ ।

ଶାନ୍ତି ମୈତ୍ରୀ ଈଶ୍ୱର ଭକ୍ତି

    ସତ୍ୟ ଅହିଂସା ବାଆ 

ବହୁଛି ଯହିଁ ଆକାଶ ଛୁଇଁ

  ସେହି ମୋ ମାଟି ମାଆ ।

ଯେଉଁ ଦେଶର ନାମ ଶୁଣିଲେ

     ଥରେ ଅରାତି ହିଆ

ଜ୍ଞାନ ବିଜ୍ଞାନ ଦିବ୍ୟ ଦର୍ଶନ

   ବିତରେ ନୂଆ ନୂଆ ।

ଯେଉଁ ଦେଶର ନୀତି ଆଦର୍ଶ

   ପ୍ରଶଂସେ ଏ ଦୁନିଆ

ଧରମ ନିରପେକ୍ଷତା ପାଇଁ

    ଜଗତ ଯା'ର ନାଆଁ ।

ଭାଷା ଅନେକ ଭୂଷା ଅନେକ

    ଭିନ୍ନତା ଠାଆ ଠାଆ

ଖାଦ୍ୟ ଚଳଣି ନିର୍ବିଶେଷରେ

     ଏକ ଭାରତ ମାଆ ।

ବହୁଛି ଗଙ୍ଗା ଉଡ଼େ ତ୍ରିରଙ୍ଗା

    ପାପ ହେଉଛି ଧୂଆଁ

ଏକ ପତାକା ଏକ ଜାତୀୟ

     ସଂଗୀତ ମନ ଛୁଆଁ ।

ଜୟ ଯବାନ ଜୟ କିଷାନ

     ଜୟ ବିଜ୍ଞାନ ଗାଆ

ଏକ ନମ୍ବର ଦେଶ ଆମର

     ରଖିବା ତାର ନାଆଁ ।



Rate this content
Log in

Similar oriya poem from Inspirational