STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
547


କ୍ରାନ୍ତି କ୍ରାନ୍ତି ମହାକ୍ରାନ୍ତି ମକର ସଂକ୍ରାନ୍ତି l

ଉତ୍ତରାୟଣେ କଲେ ସୂର୍ଯ୍ୟ ବକ୍ର ଗତି ll

ଭୀଷଣ ପ୍ରତିଜ୍ଞା ଧର ଦେବବ୍ରତ ଭୀଷ୍ମ l

ପରମଗତି ଲଭିଲେ ଦର୍ଶନେ ଶ୍ରୀକୃଷ୍ଣ ll

ବସନ୍ତ ବିଜୟ ବାର୍ତ୍ତା ପ୍ରସରେ ଭୁବନେ l

କାମଦେବ ଦୂତ ମତ୍ତ ପଞ୍ଚମ ଗାୟନେ ll

ଦକ୍ଷିଣ ଭାରତେ ନବ ବରଷ ପୋଙ୍ଗଲ l

କାମନା ବାଞ୍ଛନ୍ତି ଜନେ ବିଶ୍ୱର ମଙ୍ଗଳ ll

ଆସାମ ବଙ୍ଗରେ ପୁଣି ମାଘମେଳା ପର୍ବ l

ଘରେ ଘରେ ହସ ଖୁସି ଲାଗିଛି ଉତ୍ସବ ll

କଟକରେ ଖୋକାଭାଇ ଗୁଡ଼ିଗୀତ ଗାଇ l

ଉଡି଼ ଉଡି଼ ଯାଏ ଗୁଡ଼ି କାନି ଖାଇ ଖାଇ ll

ଉତ୍କଳୀର ଘରେ ଘରେ ମକର ଚାଉଳ l

ମକର ବସିବା ଆସ ମକର ରାଉଳ ll

ମକର ସଂକ୍ରାନ୍ତି ଶୁଭେ କାମନା ଏତିକି l

ଦୁଖ ଦୈନ୍ୟ କଷ୍ଟ ପୀଡ଼ା ନପଶୁ କତିକି ll

ସମସ୍ତ ସଂସାରେ ରାଜୁ ସଦା ସୁଖ ଶାନ୍ତି l

କୁଶଳେ ଥାଆନ୍ତୁ ପରିଜନ ସାଙ୍ଗସାଥୀ ll

ଲକ୍ଷ୍ମୀ ଫେରି ଆସିଛନ୍ତି ବାପଘରୁ ଭାଇ l

ଚଉରାଅଶୀ ଭାରକୁ ଆଣିଛନ୍ତି ବୋହି ll

ଶ୍ରୀମନ୍ଦିରେ ଭଦ୍ରା ଜଗା ବଳିଆ ଆନନ୍ଦ l

ସର୍ବେ ସୁଖେ ରଖିଥାନ୍ତୁ ପ୍ରଭୁ ଆଦିକନ୍ଦ ll

       


Rate this content
Log in

Similar oriya poem from Inspirational