ଉତ୍କଳୀୟ ନବ ବର୍ଷ
ଉତ୍କଳୀୟ ନବ ବର୍ଷ
ମହାବିଷୁବ ଏ ପଣା ସଂକ୍ରାନ୍ତିରେ
ଉତ୍କଳୀୟ ନବ ବର୍ଷ
ପ୍ରତିଟି ପ୍ରାଣରେ ଭରି ଦେଉ ଗର୍ବେ
ଆନନ୍ଦ ଓ ହର୍ଷୋଲ୍ଲାସ ।
ପବିତ୍ର ମାଟିରେ ମାତୃଭୂମି ପରେ
ଯହିଁ ଛନ୍ତି ଜଗନ୍ନାଥ
କିଏବା କାହିଁକି କାହାକୁ ଡରିବ
ଦେଖି କାଳିଆର ନେତ ।
ମହାବାହୁ ଯହିଁ କର ପ୍ରସାରିକି
ଆଲିଙ୍ଗନ କରେ ଭକ୍ତ
ସେଇଠି ବନ୍ଧନ ସୁଦୃଢ ସୁନ୍ଦର
ସମ୍ପର୍କ କୁ କରେ ଶକ୍ତ ।
ଆମ ଏ ସଂସ୍କୃତି ଆମ ପରମ୍ପରା
ବିଶ୍ୱ ରେ ସ୍ୱତନ୍ତ୍ର ଧାରା
ଖାଇ ଖୁଆଇବା ସମ୍ପର୍କ ଯୋଡିବା
ହସି
ବ ଜଗତ ସାରା ।
ପର ଆପଣାର ଭେଦ ଭାବ ଭୁଲି
ମୁଖରେ ଫୁଟାଇ ହସ
ଆନ ଦୁଃଖେ ଦୁଃଖୀ ସୁଖେ ହେବା ସୁଖୀ
ସତେ କି ଏ ମଧୁ ମାସ ।
ଜୀବନ ତରୁର ଡାଳେ ଡାଳେ ବସି
ବୟସ ଗାଉଛି ଗୀତ
ଜନମ ମରଣ ଚିରନ୍ତନ ସତ୍ୟ
ଭୁଲିକି ଯାଉଛୁ ମିତ ।
ଯିବା ଆସିବାର ସୁଡ଼ଙ୍ଗ ପଥରେ
ରହିଯିବ ତୋର ଧନ
ଯେତେ ଅରଜିଛୁ ଆନେ କଷ୍ଟ ଦେଇ
କିଛି ନୁହେଁ ତୋର ପୁଣ୍ୟ ।
ଆଜି ଏ ଦିନରେ ପ୍ରୀତି ସଂକଳ୍ପରେ
ପୁଲ୍ଲକିତ ହେଉ ପ୍ରାଣ
ଶୁଭେଚ୍ଛା ର ବାର୍ତ୍ତା ମୁଖରେ ଖେଳାଇ
ହରିନେବା ଜନ ମନ ।