STORYMIRROR

Nihar Ranjan Acharya

Inspirational

3  

Nihar Ranjan Acharya

Inspirational

କେହି ନୁହେଁ କାହାର

କେହି ନୁହେଁ କାହାର

1 min
294

ଜୀବନ ଦି'ଦିନ ନାଟ 

ଖେଳ ସରିଲେ 

ନିଶ୍ବାସ ଛାଡ଼ିବ ଘଟ।


ଜନମ ମରଣ ସତ 

ମାୟା ସଂସାରେ 

ମିଛେ ହେଉ ହନ୍ତସନ୍ତ।


ଅଢ଼େଇ ଦିନ କୁଣିଆଁ 

କାଳ ପୁରିଲେ

ଖୋଜିବୁ ନିଜ ଠିକଣା।


ଅଯଥା ଏତେ ବଡ଼େଇ 

ଯାହା ସଞ୍ଚୁଛୁ 

ସାଥିରେ ଯିବନି ସେହି।


ଏଠି କେ'ନୁହେଁ କାହାର

ଅର୍ଜିତ କର୍ମ 

ସାଥିରେ ଯିବ ତୋହର।


ସୁକର୍ମ କରି ଚାଲୁଥା'

ହିସାବ ବେଳେ 

ଭରି ଦେବ ତୋ' ପାଉଣା।


ମିଛ ମାୟାର ସଂସାର 

ସ୍ବାର୍ଥ ସରିଲେ 

କେହି ନୁହେଁ ଏଠି କା'ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational