STORYMIRROR

Sunanda chowdhury

Fantasy Others

3  

Sunanda chowdhury

Fantasy Others

ତାରା ହଜିଲେ

ତାରା ହଜିଲେ

1 min
171


 ତାରାପୁଞ୍ଜ ବିହୀନ ଆକାଶ

ଏବେ ଲାଗେ ନିର୍ଜନ ଅନ୍ଧକାର

କାହିଁ ଗଲେ ଝିଲମିଲ ତାରାଗଣ

ଲାଗେ ରାତି ପାଉଛି ଦୁଖ ଅପାର।


ଚନ୍ଦ୍ର ଛିଡେ-ବଢେ ନିୟମାନୁଯାୟୀ

ତାରାଗଣର ନିୟତି ତ ଭିନ୍ନ

ବିଜୁଳିବତୀରେ ଧରଣୀ ଆଲୋକିତ

ଗଗନ ଯେମିତି ତିମିର ଆଛନ୍ନ।


କୁନି ଶିଶୁ କିପରି ଅନୁଭବ କରିବେ

ତାରାପୁଂଜର ସୁନ୍ଦର ଆଭା

ନବ ଦମ୍ପତ୍ତିର ଅଶ୍ବିନୀ ନକ୍ଷତ୍ର ଦର୍ଶନ

ବିନା ହିଁ ସଂପନ୍ନ ହେବ ବିବାହ।


ଯଦି ପବିତ୍ର ଦିବ୍ଯ ଆତ୍ମା ସବୁ

ତାରା ହୋଇ ଚମକୁ ଥାଆନ୍ତି

ପୃଥିବୀର ପାପ କ୍ଷୟ କରିବାକୁ କି

ଅମ୍ବର ଛାଡ଼ି ଧରାକୁ ଆସୁଛନ୍ତି ?


ଅବା ମଣିଷ ପାପର ଧୁଆଁରେ

କବଳିତ ହୋଇ ଲୁଚି ଯାଇଛନ୍ତି

ତାରାମୟ ଗଗନ ତଳେ ବସି ପ୍ରୀତି

କଲ୍ପନାରେ ହଜିବାକୁ ମନ ଝୁରୁଚି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy