ବିରହ ବିରହ ଗୀତିକାପ୍ରାଣର
ବିରହ ବିରହ ଗୀତିକାପ୍ରାଣର
ପ୍ରାଣର ପ୍ରେୟସୀ, ଅନିନ୍ଦ୍ୟ ରୂପସୀ
କେଣେ ଛାଡ଼ିଗଲୁ ମୋତେ
ଦୁଃଖ ଦାବାନାଳ ଦହୁଛି ହୃଦୟ
ଫେରିଆ ଡାକୁଛି ତୋତେ ।
ତୋ ସୁନ୍ଦର ରୂପ ନାଚୁଛି ନୟନେ
ମନୁ ଭୁଲି ପାରୁନାହିଁ
ଦିନ ରାତି ତୋତେ ଝୁରି ଝୁରି ମୁହିଁ
ଗଲିଣି ଦୁର୍ବଳ ହୋଇ ।
ରତିପତି ବାଣେ ବିବଶ ହୋଇଣ
କାଟୁ ଅଛି ମୁହିଁ ଦିନ
ତୋ ତନୁ ତୀର୍ଥରେ ସ୍ନାହାନ କରିଲେ
ସୂଶୀତଳ ହେବ ପ୍ରାଣ ।
ରଙ୍ଗ ଅଧରରୁ ମଧୁବୋଳା ଚୁମା
ପାଇ ମନ ହେବ ତୋଷ
ଆସ ପ୍ରିୟ ସହି ଅଧର ଅମୃତ ଦେଇ
ଦୁଃଖ କର ନା
ଶ ।
ହରିଣ ନୟନି , ତେରେଛା ଚାହାଣୀ
ମାରି ମନ ନେଲୁ କିଣି
କଥା ଚାତୁରୀରେ ଯାଦୁ କରିଦେଲୁ
ତୋତେ ମୁଁ ଭୁଲି ପାରୁନି ।
କନକ ଗୋରୀ ତୋ ରୁପର କୁହୁକ
ପାଗଳ କରିଛି ମୋତେ
ପ୍ରେମ ମଦିରାକୁ ପିଆଇଣ ମୋତେ
କୃତାର୍ଥ କର ଜଗତେ ।
ତୋ ପ୍ରେମ ସାଗରେ ଡୁବିଛି ମୋ
ପ୍ରାଣ ଉଦ୍ଧାର କର ଲୋ ତୁହି
ଚାତକ ପରାୟ ଚାହିଁ ରହିଅଛି
ଆସିବୁ ବରଷା ନେଇ ।
ମନ ପ୍ରାଣ ଭରି ପିଇବି ମୁଁ ଜଳ
ଆଶା ପୂରଣ ହୋଇବ
ଅଶାନ୍ତ ବହ୍ନି ମୋ ସୁଶିତଳ ଜଳ
ପିଇ ଶାନ୍ତ ହୋଇ ଯିବ ।