ମନବୋଧ ସଂଗୀତ
ମନବୋଧ ସଂଗୀତ
ମୋର ବୋଲି ଯାହା ଆଖିରେ ଦେଖଇ
ସେ ସବୁ ତ ଅଟେ ତୁମର
ମୋର ବୋଲି ମୁହିଁ ଗରବ କରଇ
ତାହା ତ ଅଟଇ କାହାର
ମନ ଖୋଜୁଥାଏ ତାହାରେ,
ଆମରି ଭିତରେ ସିଏ ଲୁଚିଥାଏ
ସବୁରି ଭିତରେ ବାହାରେ |
ଜଳରେ ବୁଡ଼େନି ନିଆଁରେ ପୋଡ଼େନି
ସର୍ବବ୍ୟାପୀ ଅବିନାଶୀ,
ତୁମେ ତ ଜାଣୁଛ ଅନ୍ତର ସବୁରି
ତୁମେ ପରା ଅନ୍ତର୍ଯ୍ଯାମୀ,
ତୁମେ ଥାଅ ସୂକ୍ଷ୍ମ ରୂପରେ,
ଚିହ୍ନିପାରେ ନାହିଁ ଏ ଚଞ୍ଚଳମନ
ଚିହ୍ନିବା ସାଧ୍ୟ ତ ବାହାରେ |
ଚିହ୍ନିବାକୁ ଆତ୍ମ ଶକ୍ତି ହୁଏ ଲୋଡ଼ା
ଧ୍ୟାନ ଧାରଣାରୁ ଆସେ,
ଷଡ଼ଚକ୍ର ଛୁଇଁ ଆଗକୁ ବଢ଼ିଲେ
ଜ୍ଞାନଚକ୍ର ସାଥେ ମିଶେ,
ପରଂବ୍ରହ୍ମ ପରମ୍ ଆତ୍ମାରେ,
ସେହି ଜ୍ଞାନ ମନ ଆତ୍ମାରେ ମିଳନ
ଉର୍ଦ୍ଧ୍ବେ ଉଠିଥାଏ ଶେଷରେ |