STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ଡାକେ ତୋତେ

ମାଆ ଡାକେ ତୋତେ

1 min
191


ମାଆ ତୋର ଡାକେ ହାତ ଠାରି ତୋତେ

    ଥରେ ତୁ ବୁଲିଆ ଜଗା

ବରଷକେ ଥରେ ଦେଖିଲେ ନେତ୍ରରେ

    ମନୁ ଯିବ ମୋର ଦଗା ।


ଗିଡି ଗିଡି ହୋଇ ରଥ ଗଡୁ ଥାଇ

    ବାଟରେ ମାଉସୀ ଘର

ମାଉସୀ ତୋହର ଚାହିଁ ରହିଥିବ

    ବୁଝିବୁ କୁଶଳ ତାର

ଥିବେ ତୋର ପଥେ ଯେ ଯେତେ ଭକତେ

    ଦେଉଥିବୁ ତାରେ ନିଂଘା ।


କରିଲି କି ଦୋଷ ମୁହିଁ ତୋର ପାଶ

    ଏକୁଟିଆ ବସି ଭାଳେ

ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ତୁ

    ରହିଲୁ ବଡ଼ ଦେଉଳେ

ଆସୁଥିବୁ ବର୍ଷେ ଚଢି ନନ୍ଦିଘୋଷେ

    ନ ଭୁଲି ଏନ୍ତୁଡ଼ି ଜାଗା ।


Rate this content
Log in

Similar oriya poem from Inspirational